କାନାଡାରେ ଜୀବନ୍ତ ଜଳିଗଲେ ଭାରତୀୟ ପରିବାର – Ibnodisha

[ad_1]
କାନାଡା : ବିଦେଶରେ ପୁଣି ଆଖି ବୁଜିଲେ ଭାରତୀୟ। କାନାଡାର ଓଣ୍ଟାରିୟୋ ଅଞ୍ଚଳରେ ଏକ ଭାରତୀୟ ପରିବାରଙ୍କ ମୃତଦେହ ମିଳିଛି। ଘରେ ସନ୍ଦେହଜନକ ଭାବେ ଅଗ୍ନିକାଣ୍ଡ ଘଟି ନିଆଁରେ ଜୀବନ୍ତ ଜଳି ଯାଇଛନ୍ତି ଗୋଟିଏ ପରିବାରର ତିନି ଜଣ। ସନ୍ଦିଗ୍ଧ ଅବସ୍ଥାରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପୁଲିସ କହିବା ମୁତାବକ, ମାର୍ଚ୍ଚ ୭ ତାରିଖରେ ବ୍ରମ୍ପଟନ୍ର ବିଗ୍ ସ୍କାଏ ୱେ ଏବଂ ୱାନ୍ କିର୍କ ଡ୍ରାଇଭ୍ ଅଞ୍ଚଳରେ ଥିବା ଏକ ଘରେ ନିଆଁ ଲାଗିଯାଇଥିଲା। ଏହି ନିଆଁ ଲିଭାଇବା ପରେ ଉକ୍ତ ଘର ବାପା-ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ସମସ୍ତ ମୃତକ ଭାରତୀୟ ବଂଶୋଦ୍ଭବ। ଘର ଭିତରେ ଆହୁରି ମାନବ ଶରୀର ଥାଇପାରେ। ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା କେତେ ସ୍ପଷ୍ଟ ହୋଇନାହିଁ। ମୃତକମାନେ ହେଲେ ୫୧ ବର୍ଷୀୟ ରାଜୀବ ୱାରିକୋ, ତାଙ୍କ ୪୭ ବର୍ଷୀୟ ପତ୍ନୀ ଶିଳ୍ପା କୋଥା ଏବଂ ସେମାନଙ୍କର ୧୬ ବର୍ଷର ଝିଅ ମହେକ୍ ୱାରିକୋ। ପୁଲିସ କହିଛି ଯେ ନିଆଁ ଲାଗିବା ପୂର୍ବରୁ ସେମାନେ ସେହି ଘରେ ରହୁଥିଲେ।
[ad_2]