ଖସିପଡିଲା ପରିତ୍ୟକ୍ତ ବାଲକୋନି, ୫ ଶ୍ରଦ୍ଧାଳୁଙ୍କର ମୃତ୍ୟୁ: ସିସିଟିଭିରେ କଏଦ ହେଲା ଭିଡିଓ – Ibnodisha
[ad_1]
ମଥୁରା: ଆଜି ଉତ୍ତରପ୍ରଦେଶର ମଥୁରାସ୍ଥିତ ବାଙ୍କେ ବିହାରୀ ମନ୍ଦିର ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ତିନି ମହଲା ପୁରୁଣା କୋଠାର ବାଲକୋନି ଏବଂ କାନ୍ଥ ଭୁଶୁଡ଼ିବା ଯୋଗୁଁ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ପ୍ରାୟ ୧୨ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ବୃନ୍ଦାବନର ସୌ ଶାୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ବର୍ଷା ଯୋଗୁଁ ତିନି ମହଲା କୋଠାର ପରିତ୍ୟକ୍ତ ବାଲକୋନି ଖସିପଡିଥିଲା ।
VIDEO | A portion of an old building collapses near Banke Bihari Temple in Vrindavan. More details are awaited. pic.twitter.com/lRUd9H7GTr
— Press Trust of India (@PTI_News) August 15, 2023
ଜିଲ୍ଲାପାଳ ପୁଲକିତ ଖେର କହିଛନ୍ତି ଯେ ପୁରୁଣା କୋଠାର ବାଲକୋନି ଓ କାନ୍ଥ ଭୁଶୁଡ଼ିବା କାରଣରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସେ କହିଛନ୍ତି ଯେ ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯିବ। ଏହା ସହିତ ସେ କହିଛନ୍ତି ଯେ, ଯାଞ୍ଚ ପରେ ହିଁ ଦୁର୍ଘଟଣାର କାରଣ ଜଣା ପଡ଼ିବ । ଅନ୍ୟପକ୍ଷରେ, ଏବେ ବି କିଛି ଶ୍ରଦ୍ଧାଳୁ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି | ପୁଲିସ ଟିମ୍ ସହିତ ଅଗ୍ନିଶମ ବାହିନୀ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୁର୍ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଫୁଟେଜରେ ଏହା ଦେଖିବାକୁ ମିଳେ ଯେ ରାସ୍ତାରେ ଗହଳି ଥିବାବେଳେ ହଠାତ ବାଲକୋନି ଲୋକଙ୍କ ଉପରେ ଖସିପଡିଥିଲା |
[ad_2]