ଦେଶ

ଦୋକାନରେ ପଶିଗଲା ଟ୍ରକ୍‌; ୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ – Ibnodisha

[ad_1]

ଚେନ୍ନାଇ : ତାମିଲନାଡୁର ପୁଡୁ‌କ୍କୋଟ୍ଟାଇ ଜିଲ୍ଲା ଦେଇ ଯାଇଥିବା ତିରୁଚି-ରାମେଶ୍ବରମ୍‌ ଜାତୀୟ ରାଜପଥରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍‌ ଚଢ଼ିଯିବାରୁ ୫ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୧୯ଜଣ ଆହତ ହୋଇଛନ୍ତି । ସାବରିମାଲା ଯିବା ବାଟରେ ସେ ତୀର୍ଥଯାତ୍ରୀମାନେ ରାସ୍ତାପାର୍ଶ୍ବ ଚା ଦୋକାନ ନିକଟରେ ଠିଆ ହୋଇଥି‌ଲା ବେଳେ ଦୁର୍ଘଟଣା ଘଟିଥିଲା। ପୁଲିସ କହିଛି, ନମନସମୁତିରମ୍‌ ଥାନା ଅନ୍ତର୍ଗତ ସେବାସ୍ତିୟାପୁରମ୍‌ ନିକଟରେ ରାତି ପ୍ରାୟ ୧୨.୨୦ରେ ଦୁର୍ଘଟଣା ଘଟିଛି।

ସିମେଣ୍ଟ ବସ୍ତା ନେଇ ଉକ୍ତ ଅରିୟାଲୁର ଜିଲ୍ଲାରୁ ଶିବଗଙ୍ଗା ଜିଲ୍ଲାକୁ ଯାଉଥିଲା। ଡ୍ରାଇଭର୍‌ ‌ଶୋଇପଡ଼ିବାରୁ ଟ୍ରକ୍‌ଟି ଅନିୟନ୍ତ୍ରିତ ହୋଇ ରାସ୍ତାପାର୍ଶ୍ବରେ ଠିଆ ହୋଇଥିବା ଦୁଇଟି ପର୍ଯ୍ୟଟକ ଭ୍ୟାନ୍‌ ଓ ଗୋଟାଏ କାର୍‌ ସହିତ ଧକ୍କା ଖାଇ ଗୋଟାଏ ଚା ଦୋକାନ ଭିତରକୁ ପଶିଗଲା। ଭ୍ୟାନ୍‌ରେ ଥିବା ଓ ଚା ଦୋକାନ ପାଖରେ ଠିଆ ହୋଇଥିବା ଯାତ୍ରୀମାନେ କେରଳର ରାମେଶ୍ବରମ୍‌ ଓ ସାବରିମାଲା ଅଭିମୁଖେ ଯାଉଥିଲେ। ବ୍ୟବଚ୍ଛେଦ ନିମନ୍ତେ ମୃତ ବ୍ୟକ୍ତିମାନଙ୍କ ଶବ ଓ ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ ‘ସରକାରୀ ପୁଡୁକୋଟ୍ଟାଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ’କୁ ପଠାଇ ଦିଆଯାଇଛି। ତୀର୍ଥଯାତ୍ରୀମାନେ ତାମିଲନାଡୁ ରାଜ୍ୟର ଚେନ୍ନାଇ ଓ ତିରୁବଲ୍ଲୁର ଜିଲ୍ଲାର ବାସିନ୍ଦା ବୋଲି ପୁଲିସ କହିଛି।

The post ଦୋକାନରେ ପଶିଗଲା ଟ୍ରକ୍‌; ୫ ତୀର୍ଥଯାତ୍ରୀଙ୍କ ମୃତ୍ୟୁ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button