ଦେଶ

ଚାଞ୍ଚଲ୍ୟ; ବାପା-ମାଆ ଓ ତିନି ଛୁଆଙ୍କର ସନ୍ଦେହଜନକ ମୃତ୍ୟୁ – Ibnodisha

[ad_1]

ଥିରୁଅନନ୍ତପୁରମ: କେରଳରେ ଚାଞ୍ଚଲ୍ୟ । ଜଣେ ଦମ୍ପତିଙ୍କ ସହିତ ତିନି ଛୁଆଙ୍କର ସନ୍ଦେହଜନକ ମୃତ୍ୟୁ । ଭଡା ଘରୁ ମୃତଦେହ ଜବତ କଲା ପୋଲିସ । କେରଳ କୋଟାୟାମ ଜିଲ୍ଲାର ପାଲା ଅଞ୍ଚଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତର କାରଣ ସ୍ପଷ୍ଟ ହୋଇପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ପୋଲିସର ପ୍ରଥାମିକ ତଦନ୍ତ ଅନୁସାରେ, ଆକାଲାକୁନ୍ନମ ଏନଜାନ୍ଦୁପରା ଅଞ୍ଚଳର ଜୈସନ୍ ଥୋମାସ୍ ପ୍ରଥମେ ନିଜ ସ୍ତ୍ରୀ ମିରିନାକୁ ହତ୍ୟା କରିବା ପରେ ୩ ଛୁଆଙ୍କୁ ହତ୍ୟା କରିଥିଲେ । ଏହାପରେ ନିଜ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ । ମିରିନାଙ୍କ ଦେହରେ ଅନେକ କ୍ଷତ ରହିଥିବା ଦେଖିବାକୁ ପାଇଥିଲା ପୋଲିସ । ଜେସନ୍ ଥୋମାସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ମାଆ ଏବଂ ତିନି ଛୁଆର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

ମୃତ ଶିଶୁମାନେ ହେଲେ ୪ ବର୍ଷୀୟ ଜେରାଲ୍ଡ, ୨ବର୍ଷୀୟ ଜୀରିନା ଏବଂ ଜଣେ ୭ ମାସିଆ ଶିଶୁ । ସୂଚନା ଅନୁସାରେ, ଜୈସାନ ଥୋମାସ୍ ଏକ ରବର ଫ୍ୟାକ୍ଟ୍ରିରେ ଏକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ତେବେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହାସହ ପଡୋଶୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ପୋଲିସର ତଦନ୍ତ ସମୟରେ ସ୍ଥାନୀୟ ଲୋକେ କହିଥିଲେ, “ଗତ କିଛି ଦିନ ହେବ ଆର୍ôଥକ ସ୍ଥିତି ସ୍ୱଚ୍ଛଳ ନଥିବା କାରଣରୁ ପରିବାର ଲୋକେ ଚିନ୍ତାରେ ରହୁଥିଲେ । ସେମାନେ ପଡୋଶୀଙ୍କ ସହିତ ମେଳାପି ନଥିଲେ । ଦୁହେଁ ପ୍ରେମ ବିବାହ କରୁଥିବା ବେଳେ ପାଲାରେ ଏକ ଘରେ ଭଡାରେ ଆସି ରହୁଥିଲେ । ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଘରକୁ ଆସନ୍ତି ନାହିଁ । ତେବେ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button