ଅପରାଧ

ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା – Ibnodisha

[ad_1]

ଭବାନୀପାଟଣା: ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ ଟେମରି ଗାଁରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତକ ସେହି ଗାଁର ଝାଙ୍କର(ପୂଜକ) ସଦାନନ୍ଦ ଭୋଇ ବୋଲି ଜଣାପଡିଛି। ହତ୍ୟା ଅଭିଯୋଗରେ ପୁଲିସ ଅଭିଯୁକ୍ତ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଛି। ସୂଚନା ଅନୁଯାୟୀ, ଟେମରି ଗାଁର ହେମନ୍ତ ବାଗ ଓ ତାଙ୍କ ପତ୍ନୀ ସୁନ୍ଦ୍ରିକା ବାଗ ନିଜ ଗାଁର ଝାଙ୍କର ବା ପୂଜକ ସଦାନନ୍ଦ ଭୋଇଙ୍କୁ ପୂଜା କରିବାକୁ ସୋମବାର ରାତିରେ ଘରକୁ ଡାକିଥିଲେ।

ସଦାନନ୍ଦ ପୂଜା କରୁଥିବା ସମୟରେ ହେମନ୍ତ ବାଗ ତାଙ୍କୁ ଟାଙ୍ଗିଆରେ ହାଣି ଫେରାର ହୋଇ ଯାଇଥିଲା। ମଙ୍ଗଳବାର ସକାଳୁ ଖବର ପାଇ ଦଶପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଡାକ୍ତରଖାନାକୁ ପଠାଇଥିଲା। ପୁଲିସ ଏ ସଂକ୍ରାନ୍ତରେ ୩୦୨ ଦଫାରେ ୪୦ ନମ୍ବର ମାମଲା ରୁଜୁ କରିଛି। ଅଭିଯୁକ୍ତ ହେମନ୍ତ ଏବଂ ସୁନ୍ଦ୍ରିକାଙ୍କୁ ଗୋଲାମୁଣ୍ଡା ଥାନାରେ ଅଟକ ରଖି ତଦନ୍ତ କରୁଛି ପୁଲିସ।

The post ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button