ଅପରାଧ

ଗୁଣିଗାରେଡକୁ ନେଇ ଗଳା କାଟି ହତ୍ୟା  – Ibnodisha

[ad_1]

ମାଲକାନଗିରି : ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ତଣ୍ଡାପାଲ୍ଲୀ ଗ୍ରାମରେ ଗୁଣିଗାରେଡିକୁ ନେଇ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ତଣ୍ଡାପାଲ୍ଲୀ ଗ୍ରାମର ଲକ୍ଷ୍ମା କବାସୀ (୫୫)। ସୂଚନା ଅନୁଯାୟୀ, ତଣ୍ଡପାଲୀ ଗ୍ରାମର ମୁରା ପଡିଆମୀ ଙ୍କ ସ୍ତ୍ରୀ ଓ ମା ଅଳ୍ପ ଦିନ ବ୍ୟବଧାନ ରେ ମୃତ୍ୟୁ ବରଣ କରିଥିବା ରୁ ଗାଁ ର କେହି ବ୍ୟକ୍ତି ଗୁଣିଗାରେଡି କରୁଥିବା ସନ୍ଦେହ କରି ମୁରା ଓ ତା ଭାଇ ମୁକୁନ୍ଦ ପଡିଆମୀ ଲକ୍ଷ୍ମା ଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ସୁଯୋଗ ପାଇ ଦୁଇ ଭାଇ ବ୍ଲେଡ଼ ସାହାଯ୍ୟରେ ଲକ୍ଷ୍ମା ଙ୍କ ବେକ କୁ କାଟି ସାବେରୀ ନଦୀରେ ଫୋଫାଡି ଦେଇଥିଲେ। ଗତକାଲି ରାତିରେ ଲକ୍ଷ୍ମା ଘରକୁ ଫେରିନଥିବା ବେଳେ ପରିବାର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ ପାଇପାରି ନଥିଲେ। ଆଜି ସାବେରୀ ନଦୀରେ ଗୋଟିଏ ଶବ ଭାସୁଥିବା ଦେଖି ମାଲକାନଗିରି ଆଦର୍ଶ ଥାନାକୁ ଖବର ଦେଇଥିଲେ । ଶବ କୁ ଜବତ କରି ମାଲକାନଗିରି ଆଦର୍ଶ ଥାନା ପକ୍ଷରୁ ତଦନ୍ତ କରି ଦୁଇ ଭାଇ ଙ୍କୁ ଗିରଫ କରାଯାଇଛି ବୋଲି iic ସୂଚନା ଦେଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button