ଅପରାଧ
ସୁରଟରେ ଦୁର୍ଘଟଣାରେ ଗଞ୍ଜାମର ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ – Ibnodisha

[ad_1]
ଗୁଜରାଟ : ଗୁଜରାଟ ସୁରଟରେ ଦୁର୍ଘଟଣାରେ ଗଞ୍ଜାମର ୩ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଦାଦନ ଶ୍ରମିକ ହେଲେ ଆସିକା ବ୍ଳକ ମଙ୍ଗଳପୁରର ମୁଥୁନ ଡାକୁଆ, ଢି଼ଅପଢାଳର ଶରତ ନାୟକ ଓ ଋଷିପୁରର ଅକ୍ଷୟ ସ୍ବାଇଁ ।
ସୂତାକଳରୁ କାମ ସାରି ଫେରୁଥିବାବେଳେ ଅଜଣା ଗାଡି ଧକ୍କାର ଶିକାର ହୋଇଥିଲେ । ଗୁରୁତର ଜଣକ ହେଲେ କମାଗଡ଼ ଗାଁର ଦିନେଶ ବେହେରା । ରୋଜଗାର ଆଶାରେ ଗଞ୍ଜାମରୁ ସୁରଟ ଯାଇଥିଲେ ସୂତାକଳରେ କାମ କରିବାକୁ । ତିନି ଜଣ ଶ୍ରମିକଙ୍କ ପରିବାର ସୁରଟରେ ରହୁଥିବାବେଳେ ଜଣକ ପରିବାର ଗଞ୍ଜାମରେ ରହୁଛନ୍ତି। ୩ଜଣଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି।
[ad_2]