ଦେଶ

ପଶ୍ଚିମବଙ୍ଗ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷଙ୍କ ଘରେ ଇଡି ଚଢ଼ଉ – Ibnodisha

[ad_1]

କୋଲ୍‌କାତା: ମୁନିସ୍‌ପାଲ୍‌ ଚାକିରି ଦୁର୍ନୀତି‌ରେ ଜଡ଼ିତ ଥିବା ମାମଲାରେ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ଏକ ଟିମ୍‌ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଚଢ଼ଉ କରିଛି। ୨୦୧୪ରୁ ୨୦୧୮ ମଧ୍ୟରେ ଏକାଧିକ ମୁନିସ୍‌ପାଲିଟିରେ ଚାକିରି ନିଯୁକ୍ତିରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଥିଲା। ପଶ୍ଚିମବଙ୍ଗ ଅଗ୍ନିଶମ ସେବା ମନ୍ତ୍ରୀ ସୁଜିତ ବୋଷଙ୍କ ସମ୍ପୃକ୍ତି ଥିବା ୨ଟି ଘର, ‘ତୃଣମୂଳ କଂଗ୍ରେସ’ ବିଧାୟକ ତାପସ ରାୟଙ୍କର ଗୋଟାଏ ଓ ମୁନିସ୍‌ପାଲିଟିର ଜଣେ ପୂର୍ବତନ ଉପାଧ୍ୟକ୍ଷଙ୍କର ଗୋଟାଏ ଘରେତଲାସ ଚାଲିଛି। ମୁନିସ୍‌ପାଲିଟି ନିଯୁକ୍ତିରେ ହୋଇଥିବା ଦୁର୍ନୀତି ବିଷୟରେ ତଦନ୍ତ କରିବା ଲାଗି ୨୦୨୩ ଏପ୍ରିଲ୍‌ ମାସରେ କାଲ୍‌କାଟା ହାଇକୋର୍ଟ ‘ସିବିଆଇ’କୁ ନିର୍ଦେଶ ଦେଇଥିଲେ। ମୁନିସ୍‌ପାଲିଟି କରିଥିବା ଦୁର୍ନୀତି ଉପରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ ‘ସିବିଆଇ’ ତଦନ୍ତ ଚଳାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button