ଦେଶ

ଇସ୍ରାଏଲକୁ ପ୍ରବାସୀ ଭାରତୀୟଙ୍କ ସମର୍ଥନ – Ibnodisha

[ad_1]

ୱାଶିଂଟନ : ଆମେରିକାରେ ବାସ କରୁଥିବା ଭାରତୀୟ ସମାଜ ଇତିମଧ୍ୟରେ ଇସ୍ରାଏଲ ପ୍ରତି ସମର୍ଥନ ଜଣାଇଛନ୍ତି । ପାଲେଷ୍ଟାଇନର ହାମାସ୍ ସଂଗଠନ ଆକ୍ରମଣରେ ଶତାଧିକ ଇସ୍ରାଏଲୀ ନାଗରିକ ଓ ସୈନ୍ୟ ପ୍ରାଣ ହରାଇସାରିଲେଣି । ଏହି ପରିପ୍ରେକ୍ଷୀରେ ବୁଧବାର ସିକାଗୋ ସହରରେ ପ୍ରବାସୀ ଭାରତୀୟଙ୍କ ତରଫରୁ ଏକ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହୋଇଥିବା ଜଣାପଡିଛି । ଆତଙ୍କବାଦ କେବଳ ଇସ୍ରାଏଲ ପାଇଁ ପ୍ରସଙ୍ଗ ପାଲଟି ନାହିଁ, ବରଂ ଏହା ସମଗ୍ର ମାନବଜାତି ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଇଣ୍ଡୋ-ଆମେରିକାନ୍ ସୋସାଇଟୀ ପକ୍ଷରୁ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି । ଶୋଭାଯାତ୍ରାକାରୀମାନେ ହାତରେ ଭାରତ, ଇସ୍ରାଏଲ ପତାକା ଧରିଥିବା ଲକ୍ଷ୍ୟ କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button