ଦେଶ

ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ମାମଲା : ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ – Ibnodisha

[ad_1]

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ  ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତିକୁ ୧୬ ଦିନ ଧରି ଶୁଣାଣି କରି ଆଜି ଅର୍ଥାତ୍ ସେପ୍ଟେମ୍ବର ୫ ରେ ରାୟ ସଂରକ୍ଷିତ ରଖିଛନ୍ତି। ଜମ୍ମୁ-କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ମୁଖ୍ୟ ଆବେଦନକାରୀ ମହମ୍ମଦ ଆକବର ଲୋନଙ୍କ ଠାରୁ ସତ୍ୟପାଠ ମାଗିବା ପରେ ମାମଲା ସରଗରମ ହୋଇଉଠିଥିଲା ।ଅଗଷ୍ଟ ୫, ୨୦୧୯ରେ ସଂସଦରେ ଧାରା ୩୭୦ ଅଧୀନରେ ଜମ୍ମୁ-କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ଉଚ୍ଛେଦ ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା। ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ନିଷ୍ପତ୍ତିକୁ ୨୦ଟି ପିଟିସନ ଜରିଆରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।ଆକବର ଲୋନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲା ପରିଚାଳନା କରିଥିଲେ। ସେମାନଙ୍କ ବ୍ୟତୀତ ରାଜୀବ ଧୱନ, ଗୋପାଳ ସୁବ୍ରମଣ୍ୟମ, ଜାଫର ଶାହାଙ୍କ ଭଳି ଅନେକ ବରିଷ୍ଠ ଆଇନଜୀବୀ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରିବାକୁ ଦାବି କରିଥିଲେ । ସେମାନେ ଯୁକ୍ତି କରିଥିଲେ ଯେ ଏକ ବିଶେଷ ପରିସ୍ଥିତିରେ ଜମ୍ମୁ ଓ କଶ୍ମୀରର ବିଲୟ ଭାରତରେ ହୋଇଥିଲା । ତେଣୁ ଏହାକୁ ଏକ ଭିନ୍ନ ମାନ୍ୟତା ମିଳିଥିଲା। ରାଜ୍ୟରେ ଏକ ପୃଥକ ସମ୍ବିଧାନ ସଭା ଥିଲା, ଯାହାର କାର୍ଯ୍ୟ ୧୯୫୭ ରେ ଶେଷ ହୋଇଥିଲା । ଭାରତୀୟ ସମ୍ବିଧାନରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି କେବଳ ଜମ୍ମୁ-କଶ୍ମୀରର ସମ୍ବିଧାନ ସଭାର ସମ୍ମତି କ୍ରମେ ନିଆଯାଇପାରିଥାନ୍ତା। ତେଣୁ ସଂସଦର ନିଷ୍ପତ୍ତି ଆଇନଗତ ଭାବେ ଭୁଲ୍।କିନ୍ତୁ ଆବେଦନକାରୀଙ୍କ ଓକିଲମାନଙ୍କ ଏହି ଯୁକ୍ତି ସହ ସାମ୍ବିଧାନିକ ଖଣ୍ଡପୀଠର ବିଚାରପତିମାନେ ସହମତ ହୋଇନଥିଲେ । ଖଣ୍ଡପୀଠ କହିଥିଲେ ଯେ ୧୯୫୭ରେ ଜମ୍ମୁ-କଶ୍ମୀରର ସମ୍ବିଧାନ ସଭା ଶେଷ ହୋଇଥିଲା। କିନ୍ତୁ ଏହାର ଅର୍ଥ ନୁହେଁ ଯେ କେବଳ ଏହି କାରଣରୁ ଧାରା ୩୭୦କୁ ସ୍ଥାୟୀ ବୋଲି ବିବେଚନା କରାଯିବା ଉଚିତ୍ । ଏହା ସତ ଯେ ରାଜ୍ୟର କେତେକ ପ୍ରସଙ୍ଗରେ ସଂସଦ ଆଇନ ପ୍ରଣୟନ କରିପାରିବ ନାହିଁ, କିନ୍ତୁ ଏହା ଭାରତ ସହ ଜମ୍ମୁ-କଶ୍ମୀରର ସମ୍ପର୍କକୁ ପ୍ରଭାବିତ କରେ ନାହିଁ। ଭାରତରେ ମିଶିବା ଅର୍ଥ ହେଉଛି ଜମ୍ମୁ-କଶ୍ମୀର ନିଜର ସାର୍ବଭୌମତ୍ୱ ଭାରତ ଆଗରେ ସମର୍ପଣ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button