ଦେଶ

ଅଞ୍ଜୁଙ୍କୁ ନେଇ ‘ମେରା ଅବଦୁଲ ଏସା ନେହି ହେ’ ଫିଲ୍ମ ନିର୍ମାଣ କରିବେ ନିର୍ଦ୍ଦେଶକ ଅମିତ – Ibnodisha

[ad_1]

ଜୟପୁର: ଫେସବୁକରୁ ପରିଚୟ ଓ ତା’ପରେ ପ୍ରେମ। ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଛନ୍ତି ଅଞ୍ଜୁ। ଏମିତି କି ସେ ନିଜ ପିଲାଙ୍କ କଥା ମଧ୍ୟ ନଭାବି ପାକିସ୍ତାନ ଚାଲିଯିବା ସହ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଥିବା ଖବର ମିଳିଛି। ବିବାହ ପରେ ସେଠାରେ ସେ ବୁର୍ଖା ପିନ୍ଧୁଥିବା ସହ ତାଙ୍କୁ ବିଭିନ୍ନ ଆଡୁ ଉପହାର ମିଳୁଥିବା ଖବର ସାମ୍ନାକୁ ଆସିଛି।

ଏଭଳି ଜଣେ ମହିଳା ଭାରତ ଛାଡ଼ି ପାକିସ୍ତାନ ଭଳି ଦେଶକୁ ଯିବା ଏବଂ ସେଠାରେ ଇସଲାମ ଗ୍ରହଣ କରି ନୂଆ ସଂସାର ଗଢ଼ିବା କାହାଣୀକୁ ନେଇ ଏବେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ଅମିତ ଜାନୀ ଏବେ ଅଞ୍ଜୁଙ୍କ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିବେ ବୋଲି କହିଛନ୍ତି। ଏହା ସହ ସେ ଫିଲ୍ମର ଟାଇଟେଲ ମଧ୍ୟ ସ୍ଥିର କରିସାରିଛନ୍ତି। ଅଞ୍ଜୁଙ୍କୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମର ନାମ ରହିବ ‘ମେରା ଅବଦୁଲ ଏସା ନେହି ହେ’। ଏହା ସହ ସୀମାଙ୍କୁ ନେଇ ଯେଉଁ ଫିଲ୍ମ ସେ ନିର୍ମାଣ କରିବେ ତାହାର ଟାଇଟେଲ ରହିବ କରାଚୀ ଟୁ ନୋଏଡା।

ଏବେ ଅଞ୍ଜୁ ଓ ସୀମାଙ୍କ ପ୍ରେମ କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚା। ଦୁଇ ଜଣ ମହିଳା ନିଜ ଭଲପାଇବା ପାଇଁ ବିବାହିତ ହୋଇ ବି ଅନ୍ୟ ଦେଶକୁ ଯିବାକୁ ସାହାସ କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button