ରାଜ୍ୟ

ହାଇକୋର୍ଟଙ୍କ ଆଦେଶର ଉଲଂଘନ ମାମଲା; ନିସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ – Ibnodisha

[ad_1]

କଟକ : ହାଇକୋର୍ଟଙ୍କ ଆଦେଶର ଉଲଂଘନ ମାମଲାରେ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ବି. ଭି. ଯାଦବ ବ୍ୟକ୍ତିଗତ ଭାବେ ଆଜି ଅଦାଲତରେ ହାଜର ହୋଇଥିଲେ । ସେ ହାଇକୋର୍ଟଙ୍କୁ ଦର୍ଶାଇଥିଲେ ଯେ ଗତ ୭ ତାରିଖରେ ଉପଭୋକ୍ତା କମିସଶନ ସଦସ୍ୟ ଡ. ପି.କେ.ପୃଷ୍ଟିଙ୍କୁ ସଭାପତି ଭାବେ ଦାୟିତ୍ୱ ପ୍ରଦାନ ପାଇଁ ହୋଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି । ଅପରପକ୍ଷେ ଗତ ୧୦ ତାରିଖରେ ଅନ୍ୟ ଏକ ସାନି ନିର୍ଦ୍ଦେଶନାମାରେ ବରିଷ୍ଠତମ ସଦସ୍ୟ ଦିଲ୍ଲୀପ୍ କୁମାର ମହାପାତ୍ରଙ୍କୁ ସଭାପତି ଭାବେ ଦାୟିତ୍ୱ ନେବାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି ବୋଲି ସଚିବ ଅଦାଲତଙ୍କ ଦର୍ଶାଇ ଅଦାଲତଙ୍କ ଆଦେଶର ଅବମାନନା ପ୍ରସଙ୍ଗରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ଏହାପରେ ହାଇକୋର୍ଟ ମାମଲାର ଶୁଣାଣିରେ ପୂର୍ଣ୍ଣଛେଦ ପକାଇଛନ୍ତି । ସୂଚନାଥାଉକି ରାଜ୍ୟ ଉପଭୋକ୍ତା କମିଶନଙ୍କ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଖାଉଟି ସୁରକ୍ଷା ନିୟମାବଳୀ, ୨୦୨୦ ଅନୁସାରେ ଯଦି ସଭାପତି ଅବସର ନିଅନ୍ତି ତେବେ କମିଶନର ବରିଷ୍ଠତମ ସଦସ୍ୟଙ୍କୁ ସଭାପତି ଭାବେ ଦାୟିତ୍ୱ ର୍ନିବାହ ପାଇଁ କ୍ଷମତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ତେବେ ଗତ ଜୁଲାଇ୨ରୁ ରାଜ୍ୟ କମିଶନ ସଭାପତି ଅବସର ଗ୍ରହଣ କରିଥିଲେ ମଧ୍ୟ ବରିଷ୍ଠତମ ସଦସ୍ୟଙ୍କୁ ସଭାପତି ଦାୟିତ୍ୱ ଦିଆଯାଇନାହିିଁ ବୋଲି ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ତେବେ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରାଯାଇନଥିବା ଦର୍ଶାଯାଇ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନ ସଦସ୍ୟ ଦିଲ୍ଲୀପ କୁମାର ମହାପାତ୍ର ଓ ଅନ୍ୟ ଦୁଇଜଣଙ୍କ ପକ୍ଷରୁ ରୁଜୁ ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button