ଅପରାଧ

ଭାଉଜକୁ ଆକ୍ରମଣ କରି ଦିଅର ଗିରଫ – Ibnodisha

[ad_1]


ବାରଙ୍ଗ :  ଭାଉଜକୁ ଆକ୍ରମଣ କରି ଦିଅର   ଗିରଫ । ଏଭଳି ଘଟଣା ଚନ୍ଦକା ଅଞ୍ଚଳରେ ଦେଖିବାକୁ ମିଳିଛି । ଏକ ଜମି ବିବାଦକୁ କେନ୍ଦ୍ର କରି ଭାଉଜକୁ ଆକ୍ରମଣ କରି ଦିଅର ଶନିବାରଦିନ ଗିରଫ ହୋଇ କୋର୍ଟଚାଳଣ ହୋଇଛନ୍ତି।ଗିରଫ ଦିଅର  ମଳିପଡାର ସରୋଜ ମହାକୁଡ଼କୁ(୩୪) ବୋଲି ସୂଚନା ମିଳିଛି ।

ପ୍ରକାଶଯେ,ସରୋଜଙ୍କ ଘରପାଖରେ ତାଙ୍କ ଭାଉଜ ଲତାମହାକୁଡ଼ ରହୁଛନ୍ତି।ଦିଅର ଭାଉଜଙ୍କ  ମଧ୍ୟରେ ଏକ ଜମିବାଡିକୁ ନେଇ ଗତକିଛି ଦିନ ହେବ  ବିବାଦ ଲାଗି ରହିଥିଲା।  ଏହାକୁ କେନ୍ଦ୍ର କରି ଉଭୟ ପରିବାର ସଦସ୍ୟ ସର୍ବଦା ପରସ୍ପର ସହ ଝଗଡା କରିଆସୁଥିଲେ । ଗତ ତା ୧୯.୦୬.୨୦୨୩ ରିଖ ସକାଳ ସମୟରେ  ହଠାତ ସରୋଜ ରାଗିଯାଇ  ଏକ ଲୁହାରଡରେ ଭାଉଜଙ୍କୁ   ଆକ୍ରମଣ କରିଥିଲେ । ଫଳରେ ତାଙ୍କ ଭାଉଜ  ଗୁରୁତର ଆହତ ହେବା ସହ ତାଙ୍କର ଡାହାଣ ହାତର ଆଙ୍ଗୁଠି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବୋଲି ଲତା  ଚନ୍ଦକା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଥିଲେ । ଏନେଇ ପୋଲିସ ୨୦୭/୨୩କେଶନମ୍ବର ରେ ଏକ ମକଦମା ରୁଜୁକରି ମଳିପଡାର ସରୋଜ ମହାକୁଡ଼କୁ ଗିରଫ କରି  ଶନିବାର ଦିନ କୋର୍ଟଚାଳଣ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button