ଅପରାଧ

ବିଲରୁ ନାବାଳକଙ୍କ ମୃତ ଦେହ ଉଦ୍ଧାର – Ibnodisha

[ad_1]

ବିହାର : ବିହାରର ଧନରୁଆ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତଦେହକୁ ବିଲରେ ଫୋପାଡ଼ି ଅଭିଯୁକ୍ତ ଫେରାର ହୋଇ ଯାଇଛି। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ନାବାଳକଜଣକ କୃଣାଳ କୁମାର ବୋଲି ଜଣାଯାଇଛି। ତାଙ୍କ ଘର ପାଟଣାର ଗୋପାଳପୁର ଥାନାର ଗୋସାଇ ମଠ ଅଞ୍ଚଳରେ ବୋଲି ଜଣାଯାଇଛି । ଗତ ୬ ତାରିଖରୁ କୃଣାଳ ନିଖୋଜ ଥିବା ନେଇ ତାଙ୍କ ପିତା ଥାନାରେ ଅଭିଯୋଗ କରିଥିଲେ।ପୁଲିସ୍‌ ବହୁ ଖୋଜାଖୋଜି ପରିବା ପରେ ପାଟଣାର ଧନରୁଆ ଥାନା ଅଞ୍ଚଳରେ ଥିବା ଏକ ବିଲରେ ମୃତଦେହ ପଡ଼ିଥିବା ସୂଚନା ପାଇଥିଲା। ସେଠାରେ ପହଞ୍ଚି ପୁଲିସ୍‌ ପିଲାଟିର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପୁଅର ଏପରି ଅବସ୍ଥା ଦେଖି ସେମାନଙ୍କୁ ଶକ୍ତ ଧକ୍କା ଲାଗିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସନ୍ଧାନୀ କୁକୁର ତଥା ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button