ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୫ ମୃତ – Ibnodisha

[ad_1]

ବେଙ୍ଗାଲୁରୁ: ମାଟି ବୋଝେଇ ଟିପ୍ପର ଓଲଟିବା କାରଣରୁ ୫ଜଣଙ୍କ ମୃତ୍ୟୁ ହୋଇଛି । ବାଲାକୋଟର ବିଲାଗି ତାଲୁକ ଅଞ୍ଚଳରେ ହୋଇଛି ଏଭଳି ଦୁର୍ଘଟଣା । ମୃତ୍ୟୁବରଣ କରିଥିବା ବ୍ୟକ୍ତି ହେଲେ ୟେଙ୍କାପା ଶିବାଗ୍ମୀ ତୋଲାମାତି(୭୨), ତାଙ୍କ ସ୍ତ୍ରୀ ୟେଲାଭା ୟେଙ୍କାପା ତୋଲାମାତି(୬୬), ତାଙ୍କ ପୁଅ ପୁଣ୍ଡାଲିକା ୟେଙ୍କାପା ତୋଲାମାତି(୪୦), ଝିଅ ନାଗାଭା ଅଶୋକ ବାମାନାଭାରା, ତାଙ୍କ ସ୍ଵାମୀ ଏବଂ ୟାଙ୍କାପାଙ୍କର ଜ୍ବାଇଁ ବଦାରଦିନି ଗ୍ରାମର ଅଶୋକ ନିଙ୍ଗାପା ବାମାନାଭାରା(୪୮) । ସୂଚନା ଅନୁସାରେ, ଗୋଟିଏ ପରିବାରର ୫ଜଣ ବ୍ୟକ୍ତି କ୍ଷେତରେ କାମ କରି ଗାଁକୁ ଫେରିବା ପାଇଁ ରାସ୍ତା କଡରେ ଛିଡା ହୋଇଥିଲେ । ଏହି ସମୟରେ ଆସୁଥ‌ିବା ଏକ ମାଟି ବୋଝେଇ ଟ୍ରକର ଟାୟାର ଫାଟି ଯାଇଥିଲା । ଫଳରେ ଟ୍ରିପରଟି ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥ‌ିବା ୫ଜଣଙ୍କ ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତେବେ ଦୁର୍ଘଟଣା ପରେ ଖବର ପାଇଁ ବଦାରଦିନ ଏବଂ ୟତନାତିର ଶହଶହ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯଦି ୧୦ ମିନିଟ୍ ଗଡି ଯାଇଥାନ୍ତା ତେବେ ସେମାନେ ନିଜ ଘରେ ପହଞ୍ଚିଥାନ୍ତେ ବୋଲି ସ୍ଥାନୀୟ ଲୋକେ କହିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥ‌ିବା ବେଳେ ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button