ଖେଳ

 ଏଫ୍‌ଆଇଏଚ୍‌ ଜୁନିୟର ହକି ବିଶ୍ବକପ୍ କ୍ବାର୍ଟର ଫାଇନାଲରେ ଭାରତ; ୧୦-୧ ଗୋଲରେ କାନାଡା ପରାସ୍ତ – Ibnodisha

[ad_1]

କ୍ୱାଲାଲୁମ୍ପୁର:  ଏଫ୍‌ଆଇଏଚ୍‌ ଜୁନିୟର ହକି ବିଶ୍ୱକପ୍‌ରେ ଭାରତ କ୍ବାର୍ଟର ଫାଇନାଲରେ । କାନାଡ଼ାକୁ ୧୦-୧ ଗୋଲ୍‌ରେ ପରାସ୍ତ କରି ଟିମ୍ ଇଣ୍ଡିଆ କ୍ୱାର୍ଟର  ଫାଇନାଲ୍‌ରେ ପ୍ରବେଶ କରିଛି । ଏହି  ବିଜୟ ସହ ଦଳ ପୁଲ୍‌-ସି’ର ଦ୍ୱିତୀୟ  ସ୍ଥାନରେ ରହି ନକ୍‌ ଆଉଟ୍‌ରେ ସ୍ଥାନ ପକ୍କା କରିଛି । ଭାରତ ୩ଟି ମ୍ୟାଚ୍‌ରୁ  ୨ ବିଜୟ, ୧ ପରାଜୟ ସହ ୬ ପଏଣ୍ଟ  ପାଇଛି । ଏହି ପୁଲ୍‌ରେ ସ୍ପେନ୍ ହ୍ୟାଟ୍ରିକ୍‌ ବିଜୟ ସହ ୯ ପଏଣ୍ଟ ପାଇ ଟେବୁଲ ଟପରେ ରହିବା ସହିତ କ୍ୱାର୍ଟରରେ ପ୍ରବେଶ କରିଥିଲା ।

ଭାରତୀୟ ଦଳ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ କାନାଡ଼ାକୁ ବଡ଼ ବ୍ୟବଧାନରେ ହରାଇବା ଜରୁରୀ ଥିଲା । ଦଳ ୪ଟି ଯାକ କ୍ୱାର୍ଟରରେ ଆଧିପତ୍ୟ ବିସ୍ତାର କରିଥିଲା  । ନିର୍ଦ୍ଧାରିତ ସମୟ ସୁଦ୍ଧା ୧୦ଟି ଗୋଲ୍‌ ଦେଇଥିଲା ହେଲେ କାନାଡ଼ା ମାତ୍ର ଗୋଟିଏ ଗୋଲ୍‌ ପରିଶୋଧ କରିପାରିଥିଲା । ଭାରତ ପକ୍ଷରୁ ଆଦିତ୍ୟ  ଅର୍ଜୁନ ୨ଟି ଗୋଲ୍ ଦେଇଥିବା ବେଳେ ରୋହିତ ୨ଟି,  ଓଡ଼ିଆ ଖେଳାଳି ଅମନଦୀପ ଲାକ୍ରା ୨ଟି, ବିଷ୍ଣୁକାନ୍ତ, ରାଜିନ୍ଦର, ସୌରଭ ଆନନ୍ଦ ଓ ଉତ୍ତମ  ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଏହି ବୃହତ ବିଜୟ ସହିତ ଭାରତୀ ଜୁନିୟର ହକି ଟିମ୍ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button