ଖେଳ

ବେକରେ ରୁଦ୍ରାକ୍ଷ, ମଥାରେ ତିଳକ. କାନପୁରରେ ଏମିତି ହେଲା ଟିମର ସ୍ୱାଗତ

ଭାରତୀୟ ଟିମ୍‌ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବା ପାଇଁ କାନପୁରରେ ପହଞ୍ଚିସାରିଛି । ଏଠାରେ ଭାରତୀୟ ଟିମକୁ ଭବ୍ୟ ସ୍ୱାଗତ କରାଯାଇଛି । ହୋଟେଲରେ ଖେଳାଳି ପହଞ୍ଚିବା ବେଳକୁ ରାମଧୁନ ବାଜୁଥିବା ବେଳେ ଖେଳାଳିଙ୍କ ବେକରେ ରୁଦ୍ରାକ୍ଷ ମାଳା ପକା ଯାଇଥିଲା । ମଥାରେ ତିଳକ ମଧ୍ୟ ଲଗାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାରତୀୟ ଟିମ୍‌ ୨୭ ସେପ୍ଟେମ୍ବରରେ ଗ୍ରୀନ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବ । ଭାରତ ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚକୁ ୨୮୦ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି ।

ତେବେ ଦ୍ୱିତୀୟ ଟେଷ୍ଟ ପାଇଁ ବିରାଟ କୋହଲି ମଧ୍ୟ କାନପୁରରେ ପହଞ୍ଚିଛନ୍ତି । ହୋଟେଲରେ କୋହଲିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିରାଟ ମଧ୍ୟ ରୁଦ୍ରାକ୍ଷ ମାଳା ଏବଂ ତିଳକରେ ଅଲଗା ଅନ୍ଦାଜରେ ନଜର ଆସିଥିଲେ । ବିରାଟଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗି ରହିଥିଲା । ଫ୍ୟାନ୍ସଙ୍କ ଭିଡ ଦେଖି ବିରାଟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଚେନ୍ନାଇ ଟେଷ୍ଟରେ ବିରାଟ କିଛି ଖାସ୍‌ କମାଲ କରିପାରିନଥିଲେ । ସେ ଦୁଇଟି ଇନିଂସରେ କେବଳ ୬ ଏବଂ ୧୭ ରନ୍‌ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button