ରାଜ୍ୟ

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତର ବୁଡୁଣୀ ଗ୍ରାମରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ପାର୍ଷାଲି ସରପଞ୍ଚ ଲକ୍ଷ୍ମୀ କାଡ୍ରାକାଙ୍କ ନେତୃତ୍ବରେ ଗ୍ରାମର ମହିଳା ପୁରୁଷମାନଙ୍କୁ ନେଇ ସ୍ୱଚ୍ଛତା ହିଁ ସେବା ବୋଲି ଏକ ଶୋଭାଯାତ୍ରା କରିବା ସହ ଗ୍ରାମର ସାହି, ଅଙ୍ଗନବାଡି କେନ୍ଦ୍ର ପରିସର ସଫେଇ କରିଥିଲେ।

ଅଳିଆ ଆବର୍ଜନା ପଡି ରହିଲେ ,ତାହା ପଚି ର୍ଦୁଗନ୍ଧ ହେବା ସହ ମଶାମାଛିଙ୍କ ବଂଶ ବୃଦ୍ଧି ହେବ। ଯାହା ଫଳରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ବୋଲି ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଛନ୍ତି। ଏହି ସଫେଇ ଅଭିଯାନରେ ପୂର୍ବତନ ସରପଞ୍ଚ ବାମ କାଡ୍ରାକା,ସମିତି ସଭ୍ୟ ବିକାଶ ବାଗ, ଅଙ୍ଗନବାଡି କର୍ମୀ ସାକ ୱାଡକା, ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ଶ୍ରୀହରି ମହାନନ୍ଦିଆ ସମେତ ଗ୍ରାମର ଡଙ୍ଗରିଆ ଯୁବକ ଯୁବତୀ ମାନେ ଉପସ୍ଥିତ ରହିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button