ରାଜ୍ୟ

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ଶିକ୍ଷୟିତ୍ରୀ ନିଲମ୍ବିତ – Ibnodisha

[ad_1]

ବୌଦ୍ଧ: ନିର୍ବାଚନ ପାଇଁ ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀ ନିଲମ୍ୱିତ ହୋଇଥିବା ଜଣାପଡିଛି। ସେ ହେଲେ ଦାହିୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ସଂଘମିତ୍ରା ମଲ୍ଲିକ। ସୂଚନା ମୁତାବକ, ଶିକ୍ଷୟିତ୍ରୀଜଣଙ୍କ ଏକ ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଜେ. ସୋନାଲଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ବେଳେ ଅଭିଯୋଗରେ ସତ୍ୟତା ଥିବା ଜଣାପଡିଥିଲା। ତେଣୁ ଶିକ୍ଷୟିତ୍ରୀ ଜଣଙ୍କ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ଦର୍ଶାଇ ଜିଲ୍ଲାପାଳ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ଆଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ହାଜିରା ଦେବେ। ଡିଇଓଙ୍କ ବିନା ଅନୁମତିରେ ସେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ପାରିବେନି ବୋଲି ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button