ସମୁଦ୍ର କୂଳରେ ନିଜର ପ୍ରଥମ ଆନିଭର୍ସାରି ପାଳନ କଲେ ପରିଣୀତି ଓ ରାଘବ
ବହୁ ପରିଚିତ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢାଙ୍କ ବାହାଘରକୁ ଏକ ବର୍ଷ ପୁରିଛି । ଦୁହେଁ ନିଜର ପ୍ରଥମ ଆନିଭର୍ସାରି ପାଳନ କରିଛନ୍ତି । ଗତ ବର୍ଷ ସେମାନେ ଉଦୟପୁରର ଲିଲା ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହରେ କେବଳ ଦୁହିଁଙ୍କ ପରିବାର ଲୋକ ଓ ସାଙ୍ଗସାଥୀମାନେ ଉପସ୍ଥିତ ଥିଲେ । ଏହି ଦମ୍ପତିଙ୍କ ବିବାହ ଚର୍ଚ୍ଚାର ବିଷୟ ପାଲଟିଥିଲା ଓ ସେମାନଙ୍କ ପୋଷାକ ମଧ୍ୟ ଖୁବ୍ ଟ୍ରେଣ୍ଡରେ ରହିଥିଲା ।
ପରିଣୀତି ସୋସିଆଲ ମିଡ଼ିଆରେ ଏକ ରୋମାଣ୍ଟିକ୍ ଫଟୋ ସହ ତାଙ୍କ ଆନିଭର୍ସାରିର ଭିଡ଼ିଓ ସେୟାର କରିଛନ୍ତି । ଫଟୋ ଓ ଭିଡ଼ିଓ ସହ ପରିଣୀତି ରାଘବଙ୍କ ପାଇଁ ଏକ ପ୍ରେମଭରା ବାର୍ତ୍ତା ମଧ୍ୟ ସେୟାର କରିଥିଲେ ।
ଫଟୋରେ ପରିଣୀତି-ରାଘବ ସମୁଦ୍ର କୂଳରେ ସୂର୍ଯ୍ୟଦୟ ଉପଭୋଗ କରୁଥିବାର ନଜର ଆସିଛି । ଏହା ସହ ଭଡ଼ିଓ କ୍ଲିପ୍ରେ ସେମାନେ ସମୁଦ୍ର କୂଳରେ ବୁଲୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ ଉଭୟ ପରସ୍ପରର ହାତ ଧରିଥିବାର ଦେଖାଯାଇଛି । ସେହି ଫଟୋ ଓ ଭିଡ଼ିଓକୁ ଇନ୍ଷ୍ଟାଗ୍ରାମ୍ରେ ସେୟାର କରି ପରିଣୀତି ଲେଖିଛନ୍ତି, ‘ କାଲି ଦିନଟି ଆମ ପାଇଁ ଶାନ୍ତିର ଦିନ ଥିଲା, କେବଳ ଆମେ ଦୁହେଁ ଥିଲୁ । କିନ୍ତୁ ଆମେ ଆପଣମାନଙ୍କର ଶୁଭକାମନା ପଢ଼ିଲୁ, ସେଥିପାଇଁ ଆପଣମାନଙ୍କ ନିକଟରେ ଆମେ କୃତଜ୍ଞ । ” ରାଘବ, ମୋତେ ଜଣାନାହିଁ ମୁଁ ମୋର ପୂର୍ବ ଜନ୍ମ କିମ୍ବା ଏହି ଜନ୍ମରେ କ’ଣ ପୂନ୍ୟ କରିଥିଲି କି ମୁଁ ତମକୁ ପାଇବାକୁ ଯୋଗ୍ୟ ହେଲି । ଜଣେ ଆଦର୍ଶ ମଣିଷ, ଭଲ ବନ୍ଧୁ, ଗୋଟେ ଭଲ ଜୀବନସାଥୀ, ଗୋଟେ ସଚୋଟ ବ୍ୟକ୍ତି ଏବଂ ଗୋଟେ ଭଲ ପୁଅକୁ ମୁଁ ବିବାହ କଲି । ତମର ଦେଶ ପ୍ରତି ଥିବା ଭଲପାଇବା ଓ ନିଷ୍ଠା ମୋତେ ବହୁତ ପ୍ରେରଣା ଦିଏ ଦେଶ ପାଇଁ କିଛି କରିବାକୁ । ଆମେ ଆଗରୁ କାହିଁକି ହେଖା ହେଲେ ନାହିଁ ? ମୁଁ ତୁମକୁ ବହୁତ ଭଲପାଏ ” ବୋଲି କହିଥିଲେ ପରିଣୀତି ।
ଆମେ କହି ରଖୁଛୁ କି ପରିଣୀତି – ରାଘବଙ୍କ ବିବାହ ଖୁବ୍ ଆଡମ୍ବରରେ ହୋଇଥିଲା । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବତ ମନଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ । ଇଂଲଣ୍ଡରେ ଏକ ‘ଆଓ୍ୱାଡ ସୋ’ରେ ଦୁହିଙ୍କର ଭେଟ ହୋଇଥିଲା । କିଛି ଦିନ ପ୍ରେମ ସଂମ୍ପର୍କରେ ରହିବା ପରେ ସେମାନେ ବିବାହ କରିଥିଲେ । ଏବେ ଦୁହେଁ ନିଜର ବୈବାହିକ ଜୀବନ ଖୁବ୍ ହସ ଖୁସିରେ କାଟୁଛନ୍ତି ।