ମନୋରଞ୍ଜନ

ଝିଅ ହେବ ପରେ ଅଲଗା ଅନ୍ଦାଜରେ ନଜର ଆସିଲେ ରଣଭୀର ସିଂ, ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ଣଭୀର ସିଂ ଚଳିତ ମାସ ଆରମ୍ଭରେ ବାପା ହୋଇଛନ୍ତି । ଦୀପିକା ପାଦୁକୋନ୍ ଏବଂ ରଣଭୀର ସିଂ ସେମାନଙ୍କର ପ୍ରଥମ ସନ୍ତାନକୁ ସେପ୍ଟେମ୍ବର ୮ରେ ସ୍ୱାଗତ କରିଥିଲେ ଏବଂ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସମାନଙ୍କୁ ଏହି ଖୁସି ଖବର ଦେଇଥିଲେ । ଝିଅ ଜନ୍ମ ପରେ ରଣଭୀର ତାଙ୍କ ଝିଅର ପ୍ରଥମ ଫଟୋ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବଲିଉଡର ନୂଆ ଡନ୍ ତାଙ୍କ ଫ୍ୟାନ୍ସମାନଙ୍କୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ସେୟାର କରି ତାଙ୍କର ୱାର୍କଆଉଟ୍ ସେସନର ଝଲକ ଦେଖାଇଛନ୍ତି ।

ଏହାପୂର୍ବରୁ ଦୀପିକା ନୂଆ ମା’ମାନଙ୍କ ସଂଘର୍ଷ ବିଷୟରେ ଏକ ଭିଡିଓ ସେୟାର କରିଥିଲେ ଯାହା ଖୁବ ଜୋରସୋରରେ ଭାଇରାଲ ହୋଇଥିଲା । ଅଭିନେତା ରଣଭୀର ସିଂଙ୍କ ଏହି ନୂଆ ଫଟୋ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବାସ୍ତବରେ, ଏହି ପୋଷ୍ଟରେ ରଣଭୀରଙ୍କ ସଲିଡ୍ ବଡି ଏବଂ ଲଙ୍ଗ ହେୟାର ଫ୍ଲଣ୍ଟ କରୁଥିବାର ନଜର ଆସିଛନ୍ତି । ଫଟୋରେ ରଣଭୀର ନିଜ ମ୍ସଲସ୍ ଫ୍ଲେକ୍ସ କରୁଥିବାବେଳେ ଫଟୋ ପାଇଁ ପୋଜ୍ ଦେଉଥିବାର ନଜର ଆସିଛି ଏବଂ ସେ ବ୍ଲୁ କଲର ସର୍ଟ୍ସ ଏବଂ ଜିମ୍ ଗ୍ଲୋଭସ୍ ସହିତ ହ୍ୱାଇଟ କଲର ଟି ସାର୍ଟ ପିନ୍ଧିଛନ୍ତି । ସେ ଲମ୍ବା ଦାଢ଼ି ମଧ୍ୟ ରଖିଛନ୍ତି ।

ରଣଭୀର ଏହି ପୋଷ୍ଟରେ ବିଷ୍ଟ ମୋଡରେ ନଜର ଆସିଛନ୍ତି । ଝିଅର ଜନ୍ମର ଖୁସି ଖବର ସେୟାର କରିବା ପରେ ଦୀପିକା ମଧ୍ୟ ସୋସିଆଲ ମିଡିଆରେ ଷ୍ଟ୍ରଙ୍ଗ ମଦରହୁଡ୍ ର ଝଲକ ସେୟାର କରିଛନ୍ତି । ବହୁ ବର୍ଷ ପୂର୍ବେ ରଣଭୀର ନିଜର କୁଇଜ୍ ସୋ ‘ଦି ବିଗ୍ ପିକ୍ଚର୍’ରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପରି ଏକ ଝିଅ ପାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ଥାଇଲ୍ୟାଣ୍ଡରେ ପ୍ରଥମ ମାସର କାର୍ଯ୍ୟସୂଚୀ ସମାପ୍ତ କରିବା ପରେ ରଣଭୀର ସିଂ ନଭେମ୍ବରରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶନାରେ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି ।

ଦୀପିକା ପାଦୁକୋନଙ୍କ ସହ ତାଙ୍କ ଝିଅକୁ ସ୍ୱାଗତ କରିବା ପରେ ରଣଭୀର ନଭେମ୍ବର ଆରମ୍ଭରେ ଆଦିତ୍ୟ ଧରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମର ସେଟକୁ ଫେରିବାକୁ ଯାଉଛନ୍ତି । ରଣଭୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘ଡନ୍’ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଫରହାନ ଅଖତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ରଣଭୀର ସିଂଙ୍କ ସହ କିଆରା ଆଡଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button