ରାଜ୍ୟ

ନୂଆପଡ଼ାରେ ଭାଲୁ ଆତଙ୍କ, ଆକ୍ରମଣରେ ଜଣେ ଚାଷି ଗୁରୁତର

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଗଧାପଦର ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ଚାଷି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଚାଷୀ ଜଣକ ହେଲେ ପର୍ଶୁରାମ କଟା । ତାଙ୍କର ଡାହାଣ ଗୋଡ଼ ଜଂଘରେ ଗଭୀର କ୍ଷତ ହୋଇଛି ।

ଆଜି ଭୋର ସକାଳେ ପର୍ଶୁରାମ ନିଜ ଚାଷ ଜମିକୁ ଯାଇଥିବା ବେଳେ ୨ଟି ଜଙ୍ଗଲୀ ଭାଲୁର ଆକ୍ରମଣର ଶିକାର ହୋଇଥିଲେ ।

ଖବରପାଇ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ପର୍ଶୁରାମଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଛନ୍ତି । ଅପରପକ୍ଷେ, ଖଡ଼ିଆଳ ବନବିଭାଗର ଏକ ଟିମ ଘଟଣାସ୍ଥଳରେ ପହଂଚି ଭାଲୁ ଘଉଡ଼ାଇଵା ପାଇଁ ଗାଁରେ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button