ଦେଶ

ସୂର୍ଯ୍ୟରେ ପହଞ୍ଚିବାକୁ ଆଦିତ୍ୟ ଏଲ୍-୧ କୁ କେତେ ଦିନ ଲାଗିବ ? – Ibnodisha

[ad_1]

ନୂଆଦିଲ୍ଲୀ : ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ସମଗ୍ର ବିଶ୍ବରେ ଭାରତ ଓ ଇସ୍ରୋର ଖ୍ୟାତି ବେଶ ବଢିଯାଇଛି । କାରଣ ଇସ୍ରୋର ବୈଜ୍ଞାନିକମାନେ ଏପରି ସଫଳତା ହାସଲ କରିଛନ୍ତି ଯାହା ପୂର୍ବରୁ ଅନ୍ୟ କୌଣସି ଦେଶ କରିପାରିନଥିଲେ । ଚନ୍ଦ୍ର ଅଭିଯାନରେ ଉତ୍ସାହିତ ହୋଇ ଇସ୍ରୋ ଏବେ ସୂର୍ଯ୍ୟଙ୍କୁ ନିଜର ମିଶନ ପଠାଇବାକୁ ଯାଉଛି । ସୂର୍ଯ୍ୟଙ୍କୁ ପଠାଯାଉଥିବା ମିଶନର ନାମ ଆଦିତ୍ୟ ଏଲ-୧ । ସେପ୍ଟେମ୍ବର ୨ ରେ ଏହାକୁ ପୃଥିବୀରୁ ଉତକ୍ଷେପଣ କରାଯିବ । ଏଠାରେ ମନରେ ଏକ ପ୍ରଶ୍ନ ଉଠୁଛି ଯେ ଚନ୍ଦ୍ର ହେଉଛି ପୃଥିବୀର ପ୍ରାକୃତିକ ଉପଗ୍ରହ। ଏହା ସତ୍ତ୍ୱେ ଚନ୍ଦ୍ରଯାନ-୩ କୁ ସେଠାରେ ପହଞ୍ଚିବା ପାଇଁ ଦୀର୍ଘ ୪୦ ଦିନ ସମୟ ଲାଗିଥିଲା। ସେହିପରି ଯଦି ଆମେ ସୂର୍ଯ୍ୟଙ୍କ ବିଷୟରେ କହିବା ତେବେ ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି । ଭାରତର ଆଦିତ୍ୟ ଏଲ୍-୧ ମିଶନକୁ ସୂର୍ଯ୍ୟଙ୍କ ନିକଟତର ହେବାକୁ କେତେ ସମୟ ଲାଗିବ? ଏ ସଂପର୍କରେ ଇସ୍ରୋ କହିଛି ଯେ ମାତ୍ର ୧୧୦ ଦିନ ମଧ୍ୟରେ ଭାରତର ଏଲ୍ -୧ ଏହାର ସୌର ଅଭିଯାନର ଯାତ୍ରା ଶେଷ କରିବ। ଆଦିତ୍ୟ ଏଲ୍-୧ ମିଶନ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରି ସେଠାରେ ହେଉଥିବା ଗତିବିଧି ସମ୍ପର୍କରେ ଜାଣିବାକୁ ଉଦ୍ୟମ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏହି ମିଶନ ଜରିଆରେ ପୃଥିବୀ ଓ ଅନ୍ୟ ଗ୍ରହମାନଙ୍କ ଉପରେ ସୂର୍ଯ୍ୟଙ୍କ ଗତିବିଧିର ପ୍ରଭାବ ମଧ୍ୟ ଅନୁସନ୍ଧାନ କରାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button