‘ଜି୨୦ ଶିଖର ସମ୍ମିଳନୀ’ ସମାପ୍ତି ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ: ‘ଜି୨୦ ଶିଖର ସମ୍ମିଳନୀ’ ସମାପ୍ତି ଘୋଷଣା କରୁଛି ବୋଲି ଆଜି ‘ଭାରତ ମଣ୍ଡପମ୍’ରେ ସମ୍ମିଳନୀ ଉଦ୍ଯାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ସମ୍ମିଳନୀ ଉଦ୍ଯାପନୀ ଉଦ୍ବୋଧନରେ ସେ କହିଲେ, ଆଶା କରୁଛି ‘ଏକ ବିଶ୍ବ, ଏକ ପରିବାର ଓ ଏକ ଭବିଷ୍ୟତ’ ପାଇଁ ପରିକଳ୍ପିତ ମାର୍ଗ ଆନନ୍ଦପ୍ରଦ ହେବ। ଆପଣମାନଙ୍କୁ ଧନ୍ୟବାଦ। ଭାରତର ‘ଜି୨୦’ ଅଧ୍ୟକ୍ଷତା ଆଉ ଅଢ଼େଇ ମାସ ବାକି ଅଛି। ଚାଲନ୍ତୁ, ନଭେମ୍ବର ମାସରେ ‘ଜି୨୦’ର ଏକ ଭର୍ଚ୍ୟୁଆଲ୍ ଅଧିବେଶନ ଆୟୋଜନ କରିବା।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ବରେ ଶାନ୍ତି ବିରାଜମାନ କରୁ କହି ‘ଜି୨୦ କାଠହାତୁଡ଼ି’ ପ୍ରଦାନପୂର୍ବକ ବ୍ରାଜିଲ୍ର ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଥିଲେ।
ବ୍ରାଜିଲ୍ର ରାଷ୍ଟ୍ରପତି ଲୁଲା ଦା ସିଲ୍ଭା ମଧ୍ୟ ତାଙ୍କ ଦେଶର ଅଧ୍ୟକ୍ଷତାର ଗୁରୁତ୍ବ ପ୍ରତିପାଦନ କରିବାକୁ ଯାଇ କହିଲେ ଯେ, ‘ଜି୨୦’ରେ ବ୍ରାଜିଲ୍ର ଅଧ୍ୟକ୍ଷତା ୩ଟି ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେବ- ପ୍ରଥମତଃ, ସାମାଜିକ ଅନ୍ତର୍ଭୁକ୍ତିକରଣ ଓ କ୍ଷୁଧା ବିରୋଧରେ ସଂଗ୍ରାମ। ଦ୍ବିତୀୟତଃ, ଶକ୍ତି ସମ୍ପ୍ରସାରଣ ଓ ତା’ର ୩ଟି ସ୍ବରୂପ ଉପରେ ଦୀର୍ଘସ୍ଥାୟୀ ବିକାଶ। ତୃତୀୟତଃ, ବୈଶ୍ବିକ ଶାସନ ପ୍ରତିଷ୍ଠାନଗୁଡ଼ିକର ସଂସ୍କାର। ଏଥିପାଇଁ ଆମ ଅଧ୍ୟକ୍ଷତାର ନୀତିବାକ୍ୟ ହେଉଛି- ସମୃଦ୍ଧ ବିଶ୍ବ ନିର୍ମାଣ ଓ ପ୍ରାକୃତିକ ସମ୍ବଳର ସୁବିନିଯୋଗ। ତାହା ହେଉଛି, ‘କ୍ଷୁଧା ଓ ଦାରିଦ୍ର୍ୟ ବିରୋଧରେ ବୈଶ୍ବିକ ମେଣ୍ଟ’ ଏବଂ ‘ଜଳବାୟୁ ପରିବର୍ତ୍ତନ ବିପକ୍ଷରେ ବୈଶ୍ବିକ ପ୍ରସ୍ତୁତି।
ନଭେମ୍ବର ୨୦୨୪ ନଭେମ୍ବରରେ ରିଓ ଡି ଜେନେରିଓ ଶିଖର ସମ୍ମିଳନୀକୁ ‘ଜି୨୦’ର ସମସ୍ତ ଅତିଥିଙ୍କୁ ସ୍ବାଗତ ଜଣାଇ ନିଜକୁ ଧନ୍ୟମଣିବେ ବୋଲି ଦା ସିଲ୍ଭା କହିଛନ୍ତି।
[ad_2]