ଦେଶ
ଲୋକଙ୍କ ସମସ୍ୟା ଓ ସକକାରଙ୍କ ପ୍ରୟାସକୁ ରାହୁଲୁଙ୍କ ସମ୍ମାନ ନାହିଁ: ଧର୍ମେନ୍ଦ୍ର ପ୍ରଧାନ – Ibnodisha

[ad_1]
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଲଦାଖ ଗସ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଲଦାଖ ଛୁଟି କାଟିବାକୁ ଯାଇଛନ୍ତି ରାହୁଲ । ଲୋକଙ୍କ ସମସ୍ୟା ଓ ସକକାରଙ୍କ ପ୍ରୟାସକୁ ରାହୁଲୁଙ୍କ ସମ୍ମାନ ନାହିଁ। ଲଦାଖର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରାଥମିକତା ରହିଛି । ବିଦେଶରେ ଭାରତକୁ ବଦନାମ କରୁଥିବା ରାହୁଲ ଗାନ୍ଧିଙ୍କ ସମ୍ପର୍କ ଚୀନ ସହ କଣ ଏହା ପୂରା ଦେଶବାସୀ ଜାଣିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ସେପଟେ ପଶ୍ଚିମବଙ୍ଗ ଯାଦବପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣାକୁ ଚିନ୍ତାଜନକ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ୟୁଜିସି ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି। ଜଣେ ଛାତ୍ରର ଜୀବନ ସହ ଖେଳିବାର କାହାର ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
[ad_2]