ଦେଶ

ଗାଜା ଉପତ୍ୟକାର ମାନଚିତ୍ର ବଦଳାଇ ଦେବୁ: ନେତାନ୍ୟାହୁ – Ibnodisha

[ad_1]

ତେଲ୍ ଆଭିଭ: ଇସ୍ରାଏଲ ଏବଂ ପାଲେଷ୍ଟାଇନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ନେବାରେ ଲାଗିଛି । ଦ୍ୱିତୀୟ ଦିନ ଅର୍ଥାତ ରବିବାର ସୁଦ୍ଧା ଉଭୟପକ୍ଷ ମଧ୍ୟରେ ପ୍ରବଳ ଗୁଳିଗୋଳା ଓ ରକେଟ୍ ମାଡ ଜାରି ରହିଛି । ଏଥିରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହାମାସ୍ ସଂଗଠନକୁ କଡା ଚେତାବନୀ ଦେଇଛନ୍ତି । ଇସ୍ରାଏଲ ଉପରେ ଆକ୍ରମଣ କରିବା ହାମାସ୍ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି । ଇସ୍ରାଏଲ ସେନାର ଉଗ୍ରରୂପ ହାମାସ୍ ଦେଖିନାହିଁ । ଆଗାମୀ ୫୦ ବର୍ଷ ପାଇଁ ଗାଜା ଉପତ୍ୟକାର ମାନଚିତ୍ରକୁ ବଦଳାଇ ଦେବୁ ବୋଲି ସେ ହାମାସ୍‌କୁ କଡା ଚେତାବନୀ ଦେଇଛନ୍ତି । ହାମାସ୍ ଯୁଦ୍ଧ ଆରମ୍ଭ କରିଛି ସତ, ତେବେ ଇସ୍ରାଏଲର ବିଜୟ ସହ ଏହାର ପରିସମାପ୍ତି ଘଟିବ ବୋଲି ନେତାନ୍ୟାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ହାମାସ୍‌ର ଚିହ୍ନବର୍ଣ୍ଣ ହଟାଇବାକୁ ଇସ୍ରାଏଲକୁ ବେଶି ସମୟ ଲାଗିବ ନାହିଁ ବୋଲି ସେ କହିଛନ୍ତି ।

ରବିବାର ସୁଦ୍ଧା ହାମାସ୍ ଆକ୍ରମଣରେ ୬୦୦ ଇସ୍ରାଏଲୀ ପ୍ରାଣ ହରାଇଥିବାବେଳେ ୧୯୦୦ ଆହତ ହୋଇଛନ୍ତି । ବିଗତ ୫୦ ବର୍ଷ ମଧ୍ୟରେ ଏହା ଇସ୍ରାଏଲ ପାଇଁ ସବୁଠାରୁ ଦୁର୍ଦ୍ଦିନ ଥିଲା ବୋଲି କୁହାଯାଉଛି । ଅପରପକ୍ଷରେ ଇସ୍ରାଏଲର ପାଲଟା ଆକ୍ରମଣରେ ଗାଜା ଉପତ୍ୟକାରେ ୪୦୦ରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୦୦ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ହାମାସ୍ ଆତଙ୍କବାଦୀ ସାମିଲ ଅଛନ୍ତି । ହାମାସ୍ ପକ୍ଷରୁ ଶତାଧିକ ଇସ୍ରାଏଲୀ ନାଗରିକଙ୍କୁ ଅପହରଣ କରାଯାଇଥିବାବେଳେ ଇସ୍ରାଏଲ ମଧ୍ୟ ଅନୁରପ ସଂଖ୍ୟକ ପାଲେଷ୍ଟିନୀୟଙ୍କୁ ଅପହରଣ କରିଛି । ଇସ୍ରାଏଲର ଲଢୁଆ ବିମାନଗୁଡିକ ଗାଜା ଉପତ୍ୟକାରେ ପ୍ରବଳ ବୋମାମାଡ କରିଥିବାବେଳେ ଏକାଧିକ ସୁଉଚ୍ଚ ଅଟ୍ଟାଳିକା ତାସ୍‌ଘର ଭଳି ଭୁଶୁଡଇ ପଡିଥିବା ଲକ୍ଷ୍ୟ କରାଯାଇଛି । ଇସ୍ରାଏଲୀ ସୈନ୍ୟ ବର୍ତ୍ତମାନ ପାଲେଷ୍ଟାଇନ ସୀମା ସଂଲଗ୍ନ ସବୁ ସହରରେ ମୁତୟନ ହୋଇଥିବାବେଳେ ହାମାସ୍ ଆତଙ୍କବାଦୀଙ୍କୁ ଖୋଜି ଖୋଜି ହତ୍ୟା କରୁଛନ୍ତି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଡାନିଏଲ ହାଗାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହାମାସ୍ କବ୍‌ଜାରେ ଥିବା ଇସ୍ରାଏଲ ସହରଗୁଡିକୁ ମୁକ୍ତ କରିବା ବର୍ତ୍ତମାନ ପ୍ରଥମ ଲକ୍ଷ୍ୟ ପାଲଟିଛି ।

ଇତିମଧ୍ୟରେ ଇରାନ୍ ଓ ଲେବାନନ୍ ସମର୍ଥିତ ହେଜ୍‌ବୋଲ୍ଲା ସଂଗଠନ ପକ୍ଷରୁ କୁହାଯାଇଛି ଯେ ସୀମାନ୍ତବର୍ତ୍ତୀ ଇସ୍ରାଏଲୀ ଟାର୍ଗେଟ ଉପରେ ପ୍ରବଳ ରକେଟ୍ ମାଡ କରାଯାଉଛି । ଇସ୍‌ଲାମିକ୍ ରାଷ୍ଟ୍ରଙ୍କ ସ୍ୱାର୍ଥରକ୍ଷା ପାଇଁ ହାମାସ୍ ଯେଉଁ ପଦକ୍ଷେପ ଗ୍ରହଣ କରିଛି, ତାହାକୁ ଅକୁଣ୍ଠ ଚିତ୍ତରେ ସମର୍ଥନ କରାଯିବ । ହାମାସ୍ ଆତଙ୍କବାଦୀମାନେ ରବିବାର ଇସ୍ରାଏଲର ଏକାଧିକ ସୀମାନ୍ତବର୍ତ୍ତୀ ସହର ଉପରେ ପ୍ରବଳ ରକେଟ୍ ମାଡ କରିଥିବାବେଳେ କେତେକ ସ୍ଥାନରେ ସୀମା ଅତିକ୍ରମ କରି ଇସ୍ରାଏଲୀ ନାଗରିକଙ୍କୁ ଅପହରଣ ଓ ହତ୍ୟା କରୁଥିବା କୁହାଯାଇଛି । ଇସ୍ରାଏଲ ବିପକ୍ଷ ଏହି ଯୁଦ୍ଧରେ ସାମିଲ ହେବାକୁ ହାମାସ୍ ମୁଖ୍ୟ ଇସ୍‌ମାଇଲ ହାନିୟେ ରବିବାରୀ ସବୁ ଆରବ ରାଷ୍ଟ୍ରଙ୍କୁ ଆହ୍ୱାନ ଦେଇଛନ୍ତି । ଅପରପକ୍ଷରେ ଦୁଇ ପକ୍ଷ ମଧ୍ୟରେ ଯୁଦ୍ଧ ବିରତି ଘୋଷଣା କରିବାକୁ ଏକାଧିକ ରାଷ୍ଟ୍ର ଜାତିସଂଘ ବୈଠକ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button