ରାଜ୍ୟ

ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା; ବୋର୍ଡ ଦେଲା ଏଫ୍‌ଆଇଆର୍‌ – Ibnodisha

[ad_1]

କଟକ: ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଏବେ ପୁଣି ଥରେ ପଡ଼ିଛି ହରଡ଼ଘଣାରେ । ଅତୀତରେ ମ୍ୟାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଦନାମ ମୁଣ୍ଡାଇଥିବା ବୋର୍ଡ ଏବେ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଛନ୍ଦିହୋଇପଡ଼ିଛି । ଖୋଦ୍ ବୋର୍ଡ ସମ୍ପାଦିକା ସୁମିତ୍ରା ସରକାର କ୍ରାଇମ୍‌ବ୍ରାଞ୍ଚ ସାଇବର୍ ଥାନାରେ ଏନେଇ ଏତଲା ଦେଇଥିବା ଜଣାଯାଇଛି । ପ୍ରଶ୍ନପତ୍ର ଭାଇରାଲ୍ ସମ୍ପର୍କରେ ଅଧିକ ଖୋଳତାଡ଼ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏତଲା ଆଧାରରେ କ୍ରାଇମ୍‌ବ୍ରାଞ୍ଚ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ବେଳେ ୟୁଟ୍ୟୁବ୍ ଚ୍ୟାନେଲ୍ ଆଡ୍ରେସ୍ ଠାବ କରାଯାଇଛି ।

ଏହାକୁ କେଉଁ କମ୍ପ୍ୟୁଟରରୁ ନିୟନ୍ତ୍ରଣ କରାଯାଉଛି, ଜାଣିବା ପାଇଁ ଆଇପି ଆଡ୍ରେସର ସହାୟତା ନିଆଯାଉଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗଲା ୪ରୁ ୭ ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ ପରୀକ୍ଷା ହାଇସ୍କୁଲ ଓ ସଂସ୍କୃତ ଟୋଲରେ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ବୋର୍ଡ ସିଧାସଳଖ ପରୀକ୍ଷା ପରିଚାଳନା କରୁନଥିଲା । ସେପ୍ଟେମ୍ବର ୨୩ରେ ପରୀକ୍ଷା ପରିଚାଳନା ଦାୟିତ୍ୱ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଦିଆଯାଇଥିଲା । ଡିଇଓ ନିଜ ଜିଲ୍ଲାରେ ଥିବା ହାଇସ୍କୁଲ ସଂସ୍କୃତ ଟୋଲକୁ ପ୍ରଶ୍ନପତ୍ର ଦେଇ ପରୀକ୍ଷା ପରିଚାଳନା କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ପରୀକ୍ଷା କରି ଉତ୍ତର ଖାତା ମୂଲ୍ୟାୟନ କରିଥିଲେ ।

ବୋର୍ଡର ନିର୍ଦ୍ଦେଶକ୍ରମେ ଉତ୍ତରଖାତାର ନମ୍ବର ନିଜ ନିକଟରେ ରଖିଥିଲେ । କିନ୍ତୁ ୪ ତାରିଖ ଆରମ୍ଭ ହୋଇଥିବା ପ୍ରଥମ ଭାଷା ଓଡ଼ିଆ ଓ ଦ୍ୱିତୀୟ ଭାଷା ଇଂରାଜୀ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବରୁ ଭାଇରାଲ୍ ହୋଇ ଯାଇଥିଲା । ଏହି ଦୁଇଟି ବିଷୟର ପ୍ରଶ୍ନପତ୍ର ସହିତ ଉତ୍ତର ଏକ ୟୁଟ୍ୟୁବ ଚ୍ୟାନେଲରେ ପ୍ରଦର୍ଶିତ ହୋଇଥିଲା । ଏହିଘଟଣା ଆଲୋଡ଼ନ ସୃଷ୍ଟିକରିଛି । ପ୍ରଶ୍ନପତ୍ର ଲିକ୍ ପଛରେ ଏକ ର‌୍ୟାକେଟ୍ କାମ କରୁଥିବା କୁହାଯାଉଛି । ଡିଇଓ କିମ୍ବା ସ୍କୁଲସ୍ତରରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍ ସନ୍ଦେହ କରୁଛି । ମାଧ୍ୟମିକ ଶିକ୍ଷା ପରିଷଦର ଏଭଳି ପ୍ରଶ୍ନପତ୍ର ଲିକ୍ ଘଟଣା ନୂଆ ନୁହେଁ । ପୂର୍ବରୁ ଓଟିଇଟି ସମେତ ଅନ୍ୟାନ୍ୟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍‌ନାକୁ ଆସିଛି । କିନ୍ତୁ ଲିକ୍ ପଛର କାର୍ପଟଦାର ଠାବ ହୋଇପାରି ନାହାନ୍ତି । ଅନ୍ୟପଟେ ୨୦୨୪ ମାର୍ଚ୍ଚରେ ହେବାକୁ ଯାଉଥିବା ବାର୍ଷିକ ମାଟ୍ରିକ ପରୀକ୍ଷାରେ ଏହି ଷାଣ୍ମାସିକ ପରୀକ୍ଷାଫଳର କୌଣସି ୱେଟେଜ୍ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button