ରାଜ୍ୟ

ରାୟଗଡ଼ା ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଶେଷ କେବେ? – Ibnodisha

[ad_1]

୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା କାମ ସରିବ: ମନ୍ତ୍ରୀ

ରାୟଗଡା: ରାୟଗଡା ଜିଲ୍ଲାରେ ପାନୀୟ ଜଳର ଉତ୍କଟ ସମସ୍ୟାକୁ ଆଖି ଆଗରେ ରଖି ସରକାର ରାୟଗଡା ଓ କାଶୀପୁର ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ ନେଇ ଗତ ଦୁଇ ବର୍ଷ ତଳେ ଘୋଷଣା କରିଥିଲେ। ଜଳ ଜୀବନ ମିସନ ତରଫରୁ ରାୟଗଡା ନିର୍ବାଚନ ମଣ୍ଡଳୀର ଏହି ଦୁଇ ବ୍ଲକକୁ ଜଳ ଯୋଗାଣ କରିବାକୁ ସରକାରଙ୍କ ସହ ମୁମ୍ବାଇର କେଇଏସ ଏସଏମପିଏଲ(ଜେଭି) ନାମକ କମ୍ପାନି ସହ ଗତ ୨୦୨୧ ନଭେମ୍ବର ୩ ତାରିଖରେ ଚୁକ୍ତି ହୋଇଥିଲା। ଏହାର ଏଷ୍ଟିମେଟ କୋଷ୍ଟ ହେଲା ୨୯୮.୬୦ କୋଟି ଟଂକା।ପ୍ରକାଶ ଥାଉକି ରାୟଗଡା ବ୍ଲକରେ ୪ଟି ପଞ୍ଚାୟତର ୪୯ଟି ଗ୍ରାମ ଏବଂ କାଶୀପୁର ବ୍ସକର ୨୪ଟି ପଞ୍ଚାୟତରର ୪୧୮ଟି ଗ୍ରାମକୁ ଜଳ ଯୋଗାଣର ବ୍ୟବସ୍ଥା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇ ବ୍ଲକର ପ୍ରାୟ ୩୭,୪୬୨ଟି ପରିବାର ଉପକୃତ ହୋଇପାରନିବେ ବୋଲି କୁହାଯାଇଛି।ଏହି ମେଗା ପାନୀୟ ଜଳର ଜଳଧାରଣା କ୍ଷମତା ୨୮.୫୦ ଏମଏଲଡି ବୋଲି କୁହାଯାଇଛି।

ତେବେ ଏହି ପାନୀୟ ଜଳର ସମାପ୍ତ ଧାର୍ଯ୍ୟ ସମୟ ଥିଲା ୨୦୨୩ ମସିହା ନଭେମ୍ବର ୨ ତାରିଖ।କିନ୍ତୁ ଆଜି ପର୍ଯ୍ୟନ୍ୟ ଅଧା କାମ ସରିଥିବା ଜଣାପଡିଛି। ମାତ୍ର ଦେଢ ମାସ ସମୟ ସୀମାରେ କିପରି ଏହା ସମାପ୍ତ ହେବ ସନେଇ ପଶ୍ନ ଉଠିଛି। ତେବେ ଏନେଇ ବିଧାନସଭାରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରଶ୍ନ କରିବାରୁ ସରକାରଙ୍କ ତରଫରୁ ପଞ୍ଚାୟତରାଜ ତଥା ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଆମାତ ଏହି ପ୍ରଶ୍ନର ଉତ୍ତରରେ ଆସନ୍ତା ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ସମାପ୍ତ କରିବାକୁ ଲକ୍ଷ୍ୟ କରାଯାଇଥିବା କହିଥିଲେ। କାରଣ ଏହାର ଡବ୍ଲୁଟିପି ପରିବର୍ତ୍ତନ ହେବାରୁ ବିଳମ୍ବ ହେଲା ବୋଲି ସଫେଇ ଦେଇଥିଲେ।ଜିଲ୍ଲାରେ ଉକ୍କଟ ଜଳ ସମସ୍ୟାକୁ ଆଖି ଆଗରେ ରଖି ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହାକୁ ସମାପ୍ତ କରିବାକୁ ଦାବି ଉଠିଛି।

ଆଜି ଜି୍ଲ୍ଲାର ଦୁର୍ଗମ ଅଂଚଳରେ ଲୋକେ ଚୁଆ ପାଣି ଉପରେ ହିଁ ନିର୍ଭରର କରୁଛନ୍ତି। ମେଗା ଜଳ ଯୋଗାଣ ବ୍ୟବସ୍ଥା ହେବା ନେଇ ସରକାରଙ୍କର ଘୋଷଣା ପରେ ହୁଏତ ଲୋକେ ଏହାର ଫାଇଦା ଉଠାଇ ପାରିବେ ବୋଲି ଯାହା ଚିନ୍ତା କରୁଛନ୍ତି ତାହା ସମାପ୍ତ ପାଇଁ ଆହୁରି କେତେ ବର୍ଷ ଲାଗିବ ତାହା କହିବା ମୁସକିଲ।ବିଶେଷକରି କାଶୀପୁର ବ୍ଲକରେ ଦୂଷିତ ପାଣି ପିଇ ପ୍ରତିବର୍ଷ ଲୋକେ ମ୍ୟାଲେରିଆ ଓ ଝାଡାବାନ୍ତିର ଶିକାର ହେଉଛନ୍ତି।ସେହିପରି ଅଜଣା ରୋଗର ଶିକାର ହୋଇ ପ୍ରତିବର୍ଷ କେତେ ମୃତ୍ୟୁବରଣ କରୁଛନ୍ତି ତାହା ପ୍ରଶାସନ କିମ୍ବା ସରକାରଙ୍କ ନିକଟରେ ଖବର ନାହିଁ।ଏବେ ବି ଲୋକେ ମ୍ୟାଲେରିଆ ଓ ଝାଡାବାନ୍ତିରେ ଲୋକେ ମରୁଛନ୍ତି।ଏହାକୁ ଦୃଷ୍ଟିରେ ରଖି ଏହି ପ୍ରୋଜେକ୍ଟ ଦିଆଯାଇଛି। କିନ୍ତୁ କମ୍ପାନୀ ଓ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ କାମ ସରିବାର ନାମ ନେଉ ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button