IBN ଓଡ଼ିଶା ବ୍ୟୁରୋ
ତାମିଲନାଡ଼ୁର ଏକ ଘରୋଇ ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ: ୬ ରୋଗୀ ମୃତ, ୨୦ ଆହତ

ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ । ଚାଲିଗଲା ୬ ରୋଗୀଙ୍କ ଜୀବନ । ତାମିଲନାଡ଼ୁ ଡିଣ୍ଡିଗୁଲର ଏକ ଘରୋଇ ହସ୍ପପିଟାଲରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨୦ ଆହତ ହୋଇଛନ୍ତି । ଚିକିତ୍ସାଧୀନ ଥିବା ୨୯ ରୋଗୀଙ୍କୁ ପାଖ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଛି।
ସୂଚନା ଅନୁସାରେ ଗୁରୁବାର ରାତି ୧୦ଟା ସମୟରେ ତ୍ରିଚି ରୋଡସ୍ଥିତ ସିଟି ହସ୍ପପିଟାଲରେ ନିଆଁ ଲାଗିଯାଥିଲା । ନିଆଁର ପ୍ରକୋପ ଏତେ ଥିଲାଯେ ଏହା ସଙ୍ଗେ ସଙ୍ଗେ ଉପର ମହଲାକୁ ବ୍ୟାପି ଯାଇଥିଲା । ଖବର ପାଇ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କିନ୍ତୁ ନିଆଁ ଓ ପ୍ରବଳ ଧୂଆଁ ପାଇଁ ଅଣନିଶ୍ବାସୀ ହୋଇ ୬ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି । ସେପଟେ ଜିଲ୍ଲାପାଳ କହିଛନ୍ତି ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। ଡାକ୍ତରଙ୍କ ସହ ପରାମର୍ଶ ପରେ ପରିଚୟ ସ୍ପଷ୍ଟ ହେବ। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।