IBN ଓଡ଼ିଶା ବ୍ୟୁରୋ

ଦିଲ୍ଲୀର ୪ଟି ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ମେଲ: ପୋଲିସ, ବମ୍ ସ୍କାଡ୍ ଓ ଅଗ୍ନିଶମ ଅଧିକାରୀଙ୍କ ତଦନ୍ତ

ନୂଆଦିଲ୍ଲୀ : ପୁଣି ଥରେ ବୋମା ଧମକ । ରାଜଧାନୀ ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ମେଲ । ୪୦ସ୍କୁଲକୁ ଉଡ଼ାଇ ଦେବା ଧମକକୁ ୪ଦିନ ନପୁରୁଣୁ ପୁଣ ସ୍କୁଲ ଉଡ଼ାଇବାକୁ ଧମକପୂର୍ଣ୍ଣ ମେଲ । ସକାଳୁ ଧମକପୂର୍ଣ୍ଣ ମେଲ୍ ପାଇବା ପରେ ସ୍କୁଲ ଆସିଥିବା ସମସ୍ତ ପିଲାଙ୍କୁ ଘରକୁ ପଠାଇ ଦେଇଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ, ବମ୍ ଓ ଡଗ ସ୍କାଡ୍ ଏବଂ ଅଗ୍ନିଶମ ଅଧିକାରୀ ପହଞ୍ଚି ମେଲକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି । ଗତ କିଛି ଦିନ ହେବ ସ୍କୁଲ ଗୁଡ଼ିକୁ ବାରମ୍ବାର ଏପରି ଧମକ ମିଳୁଥିବା ସତ୍ତ୍ବେ କିଏ ଓ କାହିଁକି ଏଭଳି ମେଲ ପଠାଉଛି ତାହା ଏବେବି ଅସ୍ପଷ୍ଟ ।

Related Articles

Leave a Reply

Your email address will not be published. Required fields are marked *

Back to top button