ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଆଶ୍ଵସ୍ତି, ଅର୍ଥ ହେରଫେର୍ ମାମଲାରେ ଜାମିନ୍ ଦେଲେ ସୁପ୍ରିମକୋର୍ଟ
ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ବଡ଼ ଆଶ୍ଵସ୍ତି । ଅର୍ଥ ହେରଫେର୍ ମାମଲାରେ ତାଙ୍କୁ ଜାମିନ୍ ଦେଇଛନ୍ତି ସୁପ୍ରିମକୋର୍ଟ । କ୍ୟାଶ୍ ଫର୍ ସ୍କୁଲ ଜବ୍ (ସ୍କୁଲ ଚାକିରି ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ) ଦୁର୍ନୀତି ମାମଲାରେ ଶୁକ୍ରବାର ପାର୍ଥ ଚାଟାର୍ଜୀଙ୍କୁ ସର୍ବୋଚ୍ଚ ଅଦାଲତ ଜାମିନ ପ୍ରଦାନ କରିଛନ୍ତି । ଶୀତକାଳୀନ ଅବକାଶ ଆରମ୍ଭ ହେବା ପୂର୍ବରୁ କିମ୍ବା ଡିସେମ୍ବର ୩୧ ସୁଦ୍ଧା ଚାର୍ଜସିଟ ଫ୍ରେମ୍ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ଏପ୍ରିଲରେ କଲିକତା ହାଇକୋର୍ଟ ଏହି ମାମଲାରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଜାମିନ ଦେବାକୁ ମନା କରି ଦେଇଥିଲେ ।
ସୁପ୍ରିମକୋର୍ଟ ପାର୍ଥ ଚାଟାର୍ଜୀଙ୍କୁ ଜାମିନ୍ ଦେବା ସହିତ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ପାର୍ଥ ଚାଟାର୍ଜୀଙ୍କୁ ୨୦୨୫ ଫେବୃୟାରୀ ୧ରେ ମୁକ୍ତ କରାଯିବ । ଯଦି ଅଭିଯୋଗର ଫ୍ରେମ୍ କରିବା ଏବଂ ସାକ୍ଷ୍ୟ ପରୀକ୍ଷା ପ୍ରଥମେ କରାଯାଏ, ତେବେ ତାଙ୍କୁ ଏହାପରେ ତୁରନ୍ତ ମୁକ୍ତ କରି ଦିଆଯିବ । ବିଧାନସଭା ସଦସ୍ୟ ହେବା ବ୍ୟତୀତ ଅନ୍ୟ କୌଣସି ବି ସାର୍ବଜନିକ ପଦରେ ତାଙ୍କୁ ନିଯୁକ୍ତ କରାଯିବ ନାହିଁ ।
କହି ରଖୁଛୁ, ପଶ୍ଚିମବଙ୍ଗରେ କ୍ୟାଶ୍ ଫର୍ ସ୍କୁଲ୍ ଜବ୍ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ଅଛନ୍ତି । ଗତ ଶୁଣାଣି ସମୟରେ ପାର୍ଥ ଚାଟାର୍ଜୀଙ୍କ ତରଫରୁ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ଗତ ଦୁଇ ବର୍ଷ ଦୁଇ ମାସ ସେ ଜେଲରେ ଅଛନ୍ତି । ବର୍ତ୍ତମାନ ତାଙ୍କୁ ଜାମିନ ମିଳିବା ଉଚିତ୍ ।