IBN ଓଡ଼ିଶା ବ୍ୟୁରୋ

ମୁମ୍ବାଇ ସ୍ଥିତ ଆର୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ବୋମା ଧମକ, ପୋଲିସ୍‌ର ଛାନଭିନ୍‌ ଆରମ୍ଭ

ଦିଲ୍ଲୀର ୩ଟି ସ୍କୁଲ୍‌ ପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ବିସ୍ଫୋରଣ ଧମକ ମିଳିଛି । ଭାରତୀୟ ରିର୍ଜଭ ବ୍ୟାଙ୍କ ଶୁକ୍ରବାର ଦିନ ଏକ ଧମକପୂର୍ଣ୍ଣ ଇମଲେ ପାଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ଅଫିସିଆଲ ଇମେଲ ଆଇଡିକୁ ଏହି ଧମକ ଆସିଛି । ଏଥିରେ ଆରବିଆଇର ମୁମ୍ବାଇ କାର୍ଯ୍ୟାଳୟକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଥିଲା । ଆସିଥିବା ଏହି ମେଲ୍‌ଟି ରୁଷୀୟ ଭାଷାରେ ଲେଖାଯାଇଥିବା କୁହାଯାଇଛି ।

ଏନେଇ ଅଭିଯୋଗ ହେବା ପରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଇମେଲ ପଠାଇବା ପାଇଁ ଭିପିଏନ୍‌ର ବ୍ୟବହାର କରାଯାଇଛି ନା ନାହିଁ, ସେ ନେଇ ପୋଲିସ ଖୋଲତାଡ଼ କରୁଛି । ସେହିପରି ଇମେଲ ପଠାଇଥିବା ବ୍ୟକ୍ତିଙ୍କ ଆଇପି ଆଡ୍ରେସ ଟ୍ରାକ୍‌ କରିବା ପାଇଁ ପୋଲିସ ଚେଷ୍ଟା କରୁଛି ।

ଖବର ମୁତାବକ, ଗତ ମାସରେ ମୁମ୍ବାଇସ୍ଥିତ ଆରବିଆଇ କଷ୍ଟମର କେୟାର ନିକଟକୁ ମଧ୍ୟ ସମାନ ଧମକ ମିଳିଥିଲା । ବୋମା ଧମକ ମିଳିବା ପରେ ପୋଲିସ ଘଟଣାର ଖୋଳତାଡ଼ କରିଥିଲା । ତେବେ, ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ଜଣଙ୍କ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କ-ଏ-ତୋଏବାର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଥିଲା ।

ସେହିପରି, ଗତ ବର୍ଷ ଡିସେମ୍ବର ୨୩ରେ ମଧ୍ୟ ଆରବିଆଇକୁ ଇମେଲ ଜରିଆରେ ଏକ ବୋମା ଧମକ ମିଳିଥିଲା । ଯେଉଁଥିରେ ବିଲଡିଂରେ ବୋମା ବିସ୍ଫୋରଣ ହେବ ବୋଲି ଚେତାବନୀ ଦିଆଯାଇଥିଲା। ଧମକରେ ତତ୍କାଳୀନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button