ଏହା କେବଳ ସେଇ ଗୋଟିଏ ଜିନିଷ ଯାହା ଆପଣଙ୍କ ଚନ୍ଦା ମୁଣ୍ଡରେ ବି କେଶ ଉଠେଇ ଦେବ, ଏହାର ଚମତ୍କାରୀ ଫାଇଦା ଦେଖିଲେ ଆପଣ ବି ହେବେ କାବା
ସୂଚନା ଅନୁସାରେ ଆଜିର ସମୟରେ ଅନେକ ଲୋକଙ୍କର କେଶ ଜନିତ ସମସ୍ଯା ବହୁ ପରିମାଣରେ ଦେଖିବାକୁ ମିଳୁଛି । ଯେପରି ଚୁଟି ଝଡିବା, ଚୁଟି ଫାଟିବା, କେଶ ନିର୍ଜୀବ ହୋଇଯିବା, ଚୁଟି ଶୀଘ୍ର ନବଢିବା । ଏହା ସହିତ କିଛି ଲୋକ ଚୁଟି ଅଧିକ ଉପୁଡିବା କାରଣରୁ ଚନ୍ଦା ମଧ୍ୟ ହୋଇଯାଉଛନ୍ତି । ଚୁଟି ଉପୁଡି ଚନ୍ଦା ହେଇଯାଉଥିବା ଲୋକ ନିଜର ଆତ୍ମ ବିଶ୍ବାସ ମଧ୍ୟ ହରାଇ ବସୁଛନ୍ତି । ପ୍ରାୟତଃ ଲୋକମାନଙ୍କର କେଶ ସମସ୍ଯା ଏକ ପ୍ରମୁଖ ସମସ୍ଯା ହୋଇଗଲାଣି ।
ସେଥିପାଇଁ ଏହି କେଶ ଜନିତ ସମସ୍ଯାରୁ ମୁକ୍ତି ପାଇବା ପାଇଁ ଏକ ବହୁତ ଭଲ ତେଲର ପ୍ରସ୍ତୁତ କରନ୍ତୁ । ଯେଉଁ ତେଲ ଆପଣଙ୍କୁ ସୁନ୍ଦର କେଶ ଦେବାରେ ସାହାଜ୍ଯ କରିଥାଏ । ପ୍ରଥମେ ଆପଣ କିଛି ମନ୍ଦାର ଫୁଲ ଆଣନ୍ତୁ । ଏହି ମନ୍ଦାର ଫୁଲରେ କିଛି ଏପରି ବିଶେଷ ତତ୍ଵ ରହିଥାଏ । ଯାହା କେଶକୁ ରକ୍ତ ସଂଚାଳନ ହେବାର ବହୁତ ଅଧିକ ମାତ୍ରାରେ ସାହାଜ୍ଯ କରିଥାଏ । କେଶର ମୂଳକୁ ମଜଭୁତ କରିବାରେ ମନ୍ଦାର ଫୁଲ ବହୁତ ସାହାଜ୍ଯ କରିଥାଏ ।
ଆପଣ ଏହି ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ୫ ରୁ ୬ଟି ମନ୍ଦାର ଫୁଲ ଆଣନ୍ତୁ । ଏହାପରେ ୧୦୦ ଗ୍ରାମ ନଡିଆ ତେଲ ଆଣନ୍ତୁ । ନଡିଆ ତେଲ ପ୍ରାୟତଃ ସବୁ ଲୋକଙ୍କର ଚୁଟି ପାଇଁ ବହୁତ ଭଲ ରହିଥାଏ । ସେଥିପାଇଁ ବହୁତ ଲୋକ ନିଜ ଚୁଟିରେ ନଡିଆ ତେଲକୁ ବ୍ୟବହାର କରିଥାନ୍ତି । ଆପଣ ଚାହିଁଲେ ନଡିଆ ତେଲ ବଦଳରେ ଆପଣ ବ୍ୟବହାର କରୁଥିବା ଅନ୍ୟ ତେଲ ନେଇପାରିବେ ।
ତାପରେ ଏକ ଗ୍ଯାସରେ ଏକ ଲୁହାର କଢେଇ ବସେଇ ସେଥିରେ ସେହି ନଡିଆ ତେଲ ଢାଳନ୍ତୁ । ସେହି ନଡିଆ ତେଲରେ ରଖିଥିବା ମନ୍ଦାର ଫୁଲକୁ ପକାନ୍ତୁ । ଧିମା ଆଞ୍ଚରେ କିଛି ସମୟ ପାଇଁ ତାହାକୁ ଗରମ କରନ୍ତୁ । ଧୀରେ ଧୀରେ କରି ମନ୍ଦାର ଫୁଲରେ ଥିବା ସମସ୍ତ ପୋଷକ ତତ୍ଵ ସେହି ତେଲ ମଧ୍ୟକୁ ପଳେଈ ଆସିବ । ୮ ରୁ ୧୦ ମିନିଟ ପରେ ଗ୍ଯାସକୁ ବନ୍ଦ କରିଦିଅନ୍ତୁ । ୨ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ସେହି କଢେଇରେ ସେହି ସାମଗ୍ରୀକୁ ରହିବା ପାଇଁ ଦିଅନ୍ତୁ ।
ତାପରେ କଢେଇରୁ ଏକ ଛଣା ସାହାଜ୍ଯରେ ତେଲକୁ ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ। ତେଲ ଥଣ୍ଡା ହେଇସାରିଲା ପରେ କୌଣସି ବୋତୋଲରେ ରଖିପାରିବେ । ଯେତେବେଳେ ଆପଣ ଏହି ତେଲର ପ୍ରୟୋଗ ଚୁଟିରେ କରିବେ । ସେତେବେଳେ ଆପଣ ଏହାକୁ ଅଳ୍ପ ଟିକ ଉଷୁମ କରିଦେବେ । ଗୋଟେ କଢେଇରେ କିଛି ପାଣି ଗରମ କରି ସେହି ଗରମ ପାଣିରେ ଏହି ତେଲକୁ ଗୋଟେ ପାତ୍ରରେ ରଖି ଅଳ୍ପ ଗରମ କରିଦେବେ ।
ତାପରେ ଏହାକୁ ଆପଣ ରାତିରେ ଶୋଇଲା ପୂର୍ବରୁ ନିଜ କେଶର ମୂଳରେ ତଥା ଚୁଟିର ଲେନ୍ଥରେ ଭଲ ଭାବରେ ଲଗାଇବେ । ସକାଳୁ ଉଠି ଆପଣ ସାମ୍ପୁରେ ଚୁଟି ସଫା କରିଦେବେ । ଆପଣ ବିନା କେମିକାଲ ସାମ୍ପୁର ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ । ଏହି ଉପଚାରକୁ ସପ୍ତାହରେ ୨ ରୁ ୩ ଥର କରନ୍ତୁ । ଆପଣମାନେ ଏହି ଉପଚାର ଏହିପରି କିଛି ଦିନ କରିବା ପରେ ଆପଣଙ୍କ କେଶ ଜନିତ ସବୁ ସମସ୍ଯା ଦୂର ହୋଇଯିବ ।