ଦେଶ

ମାରୁତି ଗୋଦାମରେ ସିଏନଜି ସିଲିଣ୍ଡର ବିସ୍ଫୋରଣ: ୧୬ କାର୍‌ ଜଳି ପାଉଁଶ – Ibnodisha

[ad_1]

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏକ ମାରୁତି ଗୋଦାମରେ ଭୟଙ୍କର ନିଆଁ ଲାଗି ୧୬ଟି କାର୍‌ ଜଳି ପାଉଁଶ ହୋଇଯାଇଛି। ଶୁକ୍ରବାର ସକାଳେ ପୁରୁଣା ଜିଟି ରୋଡ୍‌ ନିକଟସ୍ଥ ଏହି ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ମିଳିଥିବା ସୂଚନା ମୁତାବକ, ୧୧ କେଭି ବିଦ୍ୟୁତ୍‌ ତାର ହଠାତ୍‌ ଛିଣ୍ଡି ପଡ଼ି ସେଠାରେ ଥିବା କାର୍‌ଗୁଡ଼ିକ ଉପରେ ପଡ଼ିଥିଲା। ଫଳରେ କାର୍‌ ଭିତରେ ଥିବା ସିଏନ୍‌ଜି ସିଲିଣ୍ଡର ଫାଟିଯିବାରୁ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା।

ଏହି ଅଗ୍ନିକାଣ୍ଡକୁ ନେଇ ଘଟଣାସ୍ଥଳରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ ଆଖପାଖରେ ଥିବା କାର୍‌ଗୁଡ଼ିକ ଏହା ସଂସ୍ପର୍ଶରେ ଆସିଯାଇଥିଲା। ଅଗ୍ନିକାଣ୍ଡରେ କ୍ଷୟକ୍ଷତି ହୋଇଥିବା କାର୍‌ଗୁଡ଼ିକର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଖବର ପାଇ ଆଖପାଖର ୫ଟି ଷ୍ଟେସନରୁ ୭ ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ। କୁହାଯାଉଛି, ଗ୍ୟାରେଜ୍‌ରେ ୪୦୦ ଗାଡ଼ି ଥିଲା। ଅଗ୍ନିଶମ ବାହିନୀ ୨ ଘଣ୍ଟା କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଲୋକେ କହିଛନ୍ତି ଯେ ୧୧ କେଭି ବିଦ୍ୟୁତ୍‌ ତାର କାର୍‌ ଉପରେ ଛିଣ୍ଡି ପଡ଼ିଥିଲା, ଯେଉଁ କାରଣରୁ ଏହି ବଡ଼ ଧରଣର ଦୁର୍ଘଟଣା ଘଟିଥିଲା। ପ୍ରଥମେ ଏକ କାର୍‌ରେ ନିଆଁ ଲାଗିଥିଲା। ଏଥିରେ ଥିବା ସିଏନ୍‌ଜି ସିଲିଣ୍ଡର ଫାଟିଯିବାରୁ ନିଆଁ ଆଖପାଖର ୧୬ଟି କାର୍‌କୁ ବ୍ୟାପି ଯାଇଥିଲା।

ସେପଟେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଆର.କେ ପାଣ୍ଡେ କହିଛନ୍ତି ଯେ ଘଟଣାସ୍ଥଳରେ ସମସ୍ତ କାର୍‌ ୧୧ କେଭି ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଲାଇନ୍‌ ତଳେ ରହିଥିଲା। ଏଥିପାଇଁ ଅଗ୍ନିଶମ ବିଭାଗରୁ ନା କୌଣସି ଏନଓସି ନିଆଯାଇଛି ନା ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇଛି। ଏହି ଅବହେଳା ପାଇଁ ସମ୍ପୃକ୍ତ କମ୍ପାନୀକୁ ଜରିମାନା କରାଯିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button