ରାଜନୀତି

ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନାହିଁ, ତେବେ ନବୀନ ବାବୁ ଚୁପ କାହିଁକି : ଶରତ – Ibnodisha

[ad_1]

ଭୁବନେଶ୍ବର : ରାଜ୍ୟରେ ଶାସକ ବିଜେଡି ଓ ପ୍ରମୁଖ ବିରୋଧୀ ଦଳ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚର୍ଚ୍ଚା ଥମିବାର ନାଁ ଧରୁନି । ମେଣ୍ଟ ହେବ କି ନାହିଁ, ସେନେଇ ଉଭୟ ଶିବିରରେ ଅସମ୍ଭବ ନୀରବତା । ଉଭୟ ଦଳର କୌଣସି ନେତା ଏନେଇ ମୁହଁ ଖୋଲୁନାହାନ୍ତି । ଏହାରି ଭିତରେ ଆଜି ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମର ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ମେଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ” ସରକାର ଗଢ଼ିବାକୁ ବିଜେପି ବା ଓଡ଼ିଶାରେ ସରକାର ଗଢ଼ିବାକୁ ବିଜେଡିକୁ କୌଣସି ମେଣ୍ଟର ଆବଶ୍ୟକତା ନାହିଁ । ” ହେଲେ ଦୁଇ ଲୋକପ୍ରିୟ ନେତା ମୋଦି ଓ ନବୀନ ଦେଶ ଓ ରାଜ୍ୟର ସ୍ବାର୍ଥ ପାଇଁ ଏକାଠି ହୋଇପାରନ୍ତି ବୋଲି ପାଣ୍ଡିଆନ କହିଛନ୍ତି । ଏପଟେ ପାଣ୍ଡିଆନଙ୍କ ଏଭଳି ବୟାନ ପରେ ବିଜେଡିକୁ ଘେରିଛି କଂଗ୍ରେସ । ଯଦି ସତ୍‌ସାହାସ ଅଛି, ବିଜେଡି ଏକା ଲଢ଼ିବ ଓ ଜିତିବ ବୋଲି ନବୀନ ପଟ୍ଟନାୟକ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଣ୍ଟ ଚୂଡାନ୍ତ ପର୍ୟ୍ୟାୟକୁ ଯାଉଥିବାବେଳେ ନବୀନ କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପିସିସି ସଭାପତି କହିଛନ୍ତି, “ଯଦି ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନାହିଁ, ତେବେ ନବୀନ ବାବୁ ଚୁପ କାହିଁକି ? ଖୋଲାଖୋଲି କୁହନ୍ତୁ ବିଜେଡି ଏକାକୀ ନିର୍ବାଚନ ଲଢ଼ିବ ଏବଂ ଜିତିବ । ୨୦୦୯ରେ କାହିଁକି ମେଣ୍ଟ ଭାଙ୍ଗିଲା ଓ ବିଜେଡି ବିଜେପି ଅଲଗା ଅଲଗା ଲଢ଼ିଲେ ତାହା ସ୍ପଷ୍ଟ କରନ୍ତୁ । ବାସ୍ତବତା ହେଲା ବିଜେଡି ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ସେବେଠାରୁ ରହିଛି । ଓଡ଼ିଶାର ଲୋକେ ଏକଥାକୁ ବୁଝି ସାରିଲେଣି । ଏ ଅସାଧୁ ମେଣ୍ଟକୁ ଲୋକଙ୍କ ପାଖରେ ପହଞ୍ଚାଇଛି କଂଗ୍ରେସ ।” ତେଣୁ ବିଜେଡି ଓ ବିଜେପିର ବିକଳ୍ପ ଭାବେ ଲୋକେ କଂଗ୍ରେସକୁ ଭୋଟ ଦେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶରତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button