ଅପରାଧ

କାର୍ଯ୍ୟାଳୟରେ ବ୍ୟକ୍ତିଙ୍କୁ ଦଣ୍ଡ ଦେଇ ଚାକିରି ହରାଇଲେ ଏସଡିଏମ, ଭିଡିଓ ଭାଇରାଲ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ – Ibnodisha

[ad_1]

ବ୍ୟୁରୋ : କାର୍ଯ୍ୟଳୟରେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦେବା ଏସଡିଏମଙ୍କୁ ପଡ଼ିଲା ମହଙ୍ଗା । ଭିଡିଓ ଭାଇରାଲ ପରେ ଗଲା ଚାକିରି । କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦେଉଥିବାର ଏକ ଭିଡିଓ ଭାଇରାଲ ହେବା ମାତ୍ରେ ଏସଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ତାଙ୍କୁ ବର୍ତ୍ତମାନ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି । ଏଭଳି ଘଟଣା ବରେଲି ଜିଲ୍ଲାର ମିରଗଞ୍ଜରୁ ସାମ୍ନାକୁ ଆସିଛି । ବରେଲିର ମିରଗଞ୍ଜ ଏସଡିଏମ ଉଦିତ ପୱାର ତାଙ୍କ କାର୍ଯ୍ୟାଳୟକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ କାର୍ଯ୍ୟାଳୟରେ ଦଣ୍ଡ ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଉଦିତ ପୱାର ଏହି ସବୁ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ମିରଗଞ୍ଜ ଏସଡିଏମ ଉଦିତ ପୱାର କହିଛନ୍ତି ଯେ ବ୍ୟକ୍ତି ଜଣଙ୍କ ତାଙ୍କ ଅଫିସରେ ପ୍ରବେଶ କରିବା ମାତ୍ରେ କାନ ଧରି ତଳେ ବସିବାର ଅଭିନୟ ଆରମ୍ଭ କରିଥିଲେ । ସେ ନିଜେ ତାଙ୍କୁ ଏଭଳି ନକରିବାକୁ ଏବଂ ସିଧା ଠିଆ ହୋଇ ରହିବାକୁ କହିଥିଲେ । ସେଠାରେ ଠିଆ ହୋଇଥିବା ଅନ୍ୟ ଲୋକଙ୍କୁ ମଧ୍ୟ ସେହି ବ୍ୟକ୍ତିଙ୍କୁ ସିଧା ଠିଆ ହେବାରେ ସାହାଯ୍ୟ କରିବାକୁ କହିଥିଲେ ଉଦିତ । ତେବେ ଏସଡିଏମଙ୍କର ଦୋଷ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି । ସେମାନେ ପୱାରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ କୌଣସି ନୂଆ ପୋଷ୍ଟିଂ ଦିଆଯାଇ ନାହିଁ ।ପିଡ଼ିତ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ଗାଁର ଅନ୍ୟ କିଛି ଲୋକଙ୍କ ସହ ମଶାଣୀ ସମ୍ପର୍କିତ ଦାବିରେ ଏସଡିଏମ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିନ୍ତୁ ଏସଡିଏମ ଓଲଟା ତାଙ୍କୁ ଦଣ୍ଡ ଦେବା ସହ ତାଙ୍କ ଅନୁରୋଧ ପତ୍ର ମଧ୍ୟ ଫିଙ୍ଗି ଦେଇଥିଲେ । ବ୍ୟକ୍ତି କହିଛନ୍ତି ଯେ ମଶାଣୀ ପାଇଁ ଜମି ଦେବା ଦାବିରେ ସେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବ୍ୟକ୍ତିଙ୍କ ଗାଁ ମଦନପୁରରେ ମଶାଣୀ ପାଇଁ କୌଣସି ସ୍ଥାନ ନଥିବାରୁ ସେ ଏସଡିଏମଙ୍କୁ ଏକ ଅନୁରୋଧ ପତ୍ର ଦେଇଥିଲେ । କିନ୍ତୁ ଏସଡ଼ିଏମ ତାଙ୍କୁ ଦଣ୍ଡ ଦେଇଥିଲେ ପରେ ତାଙ୍କୁ ଦୁର୍ବ୍ୟବହାର କରାଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପତ୍ରରେ କୁହାଯାଇଛି ଯେ ଗାଁରେ କୌଣସି ମଶାଣୀ ସ୍ଥାନ ନାହିଁ । ଅଭିଯୋଗ ହୋଇଛି ଯେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ମଶାଣୀ ଜମିକୁ ହଡ଼ପ କରି ନେଇଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ମଶାଣୀ ପାଇଁ ଜମି ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି କାରଣ ସେମାନଙ୍କୁ ଅନ୍ତିମ ସଂସ୍କାର କରିବାରେ ଅସୁବିଧା ହେଉଛି । ଏସଡିଏମ ନିଜକୁ ରକ୍ଷା କରିବାକୁ ଯାଇ କହିଛନ୍ତି ଯେ କୋର୍ଟ କାମରୁ ଫ୍ରି ହେବା ପରେ ସେ ନିଜ କାର୍ଯ୍ୟାଳୟକୁ ଫେରିଥିଲେ । ପରେ ସେ ଦେଖିଥିଲେ ଯେ ସେଠାରେ ପାଞ୍ଚରୁ ୬ ଜଣ ଲୋକ ବସିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଜଣେ ପୂର୍ବରୁ କାନ ଧରି ତଳେ ବସିଥିଲା । ଉଦିତ ପୱାର କହିଛନ୍ତି ଯେ ତାଙ୍କ ଅଫିସରେ ବସିଥିବା ଜଣେ ଲୋକ ତାଙ୍କୁ ଦେଖିବା ମାତ୍ରେ ତୁରନ୍ତ ପ୍ରଣାମ କରିଥିଲା । ସେ ତାଙ୍କୁ ପଚାରିଥିଲେ ବ୍ୟକ୍ତି ଜଣଙ୍କ କାହିଁକି ଏପରି କରୁଛନ୍ତି ? ସେ ଅନ୍ୟ ଲୋକଙ୍କୁ କହିଥିଲେ ବ୍ୟକ୍ତିଙ୍କୁ ପ୍ରଥମେ ସିଧା ଠିଆ କର । ଏହି ସମୟ ମଧ୍ୟରେ କେହି ଜଣେ ଏହି ଭିଡିଓ ତିଆରି କରିଥିଲେ । ସେ ତାଙ୍କ ଅଭିଯୋଗ ଶୁଣିଥିବା ମଧ୍ୟ କହିଛନ୍ତି ଏବଂ ସମସ୍ୟାର ସମାଧାନ କରିବେ ବୋଲି ମଧ୍ୟ କହିଥିଲେ । ପ୍ରକାଶ ଥାଉକି, ବରେଲି ଜିଲ୍ଲା ମାଜିଷ୍ଟ୍ରେଟ୍ ଶିବକାନ୍ତ ଦ୍ୱିବେଦୀ କହିଛନ୍ତି ଯେ ତାଙ୍କୁ ଏକ ଭିଡିଓ ମିଳିଥିଲା ଯେଉଁଥିରେ ଜଣେ ବ୍ୟକ୍ତି ପୱାରଙ୍କ କାର୍ଯ୍ୟାଳୟର ଚଟାଣରେ ଅପମାନଜନକ ଅବସ୍ଥାରେ ବସିଥିଲେ । ଏବଂ ତଦନ୍ତରେ ଅଧିକାରୀଙ୍କ ଅବହେଳା ଦେଖାଯାଇଛି, ଯାହା ପରେ ତୁରନ୍ତ ତାଙ୍କୁ ପଦରୁ ହଟାଇ ଦିଆଯାଇଛି । ଏବଂ ସେଠାରେ ଜଣେ ନୂଆ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button