ଦେଶ

ନୁହରେ ପୁଣି ଧାର୍ମିକ ଶୋଭାଯାତ୍ରା ବାହାର କରିବାକୁ ଯୋଜନା, ଆଗୁଆ ସତର୍କ ହେଲା ପ୍ରଶାସନ – Ibnodisha

[ad_1]

ନୁହ: ହରିୟାଣାର ନୁହରେ ଘଟିଥିବା ହିଂସାକାଣ୍ଡ ପରେ ପୁଣି ଥରେ ବ୍ରଜ ମଣ୍ଡଳର ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ହିନ୍ଦୁ ସଂଗଠନ ବ୍ରଜମଣ୍ଡଳ ଅଗଷ୍ଟ ୨୮ତାରିଖରେ ଶୋଭା ଯାତ୍ରା କରିବାକୁ ଯୋଜନା କରୁଛନ୍ତି । ତେବେ ଏହି ଶୋଭାଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ। କୌଣସି ପ୍ରକାର ହିଂସା ଓ ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଅଗଷ୍ଟ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଓ ବଲ୍କ୍ ଏସ୍ଏମ୍ଏସ୍ ଉପରେ କଟକଣା ଲଗାଇଛି ପ୍ରଶାସନ। ଏହି ସମୟରେ କେବଳ ଫୋନ କଲ ସେବା ଜାରି ରହିବ।

ନୁହ ଜିଲ୍ଲାରେ ଡିସି ଅଗଷ୍ଟ ୨୯ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ଏବଂ ବଲ୍କ୍ ଏସ୍ଏମ୍ଏସ୍ ବନ୍ଦ କରିବାକୁ ପଞ୍ଚକୁଲାସ୍ଥିତ ହରିୟାଣା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଅଗଷ୍ଟ ୨୯ ତାରିଖ ସୁଦ୍ଧା ସମସ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ଡିସି କହିଛନ୍ତି, ଯାହାଦ୍ୱାରା କୌଣସି ଉତ୍ତେଜନାମୂଳକ ପୋଷ୍ଟ କିମ୍ବା ବିଭ୍ରାନ୍ତିକର ପ୍ରଚାର ଭାଇରାଲ  ହୋଇପାରିବ ନାହିଁ।

ସୂଚନାଯୋଗ୍ୟ ଯେ, ଗତ ମାସ ୩୧ ତାରିଖ ଅପରାହ୍ନରେ ହିନ୍ଦୁ ସଂଗଠନଗୁଡ଼ିକ ଦ୍ବାରା ଆୟୋଜିତ ଏକ ଶୋଭାଯାତ୍ରା ବେଳେ ନୁହରେ ସାମ୍ପ୍ରଦାୟିକ ହିଂସା କାଣ୍ଡ ଘଟିଥିଲା। ବିଶ୍ୱ ହିନ୍ଦୁ ପରିଷଦର ଏହି ଗସ୍ତକୁ ହଠାତ୍ ଜନତା ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବହୁ ସଂଖ୍ୟାରେ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏହି ସାମ୍ପ୍ରଦାୟିକ ହିଂସାକାଣ୍ଡରେ ୨ ଜଣ ହୋମଗାର୍ଡ ଯବାନଙ୍କ ସମେତ ୬ ଜଣ ପ୍ରାଣ ହରାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button