ଖେଳ

ଚେସ୍ ବିଶ୍ୱକପ୍ ସେମିରେ ଜିଏମ୍ ପ୍ରଗ୍‌ନାନନ୍ଦ – Ibnodisha

[ad_1]

ଚେନ୍ନାଇ: ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍ (ଜିଏମ୍‌) ଆର୍‌. ପ୍ରଗ୍‌ନାନନ୍ଦ ଚେସ୍ ବିଶ୍ୱକପ୍ ୨୦୨୩ର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହା ସହିତ ସେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ବିଶ୍ୱକପ୍ ସେମିଫାଇନାଲ୍‌ରେ ପ୍ରବେଶ କରିବାରେ ସେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି । ତାଙ୍କ ପୂର୍ବରୁ ବିଶ୍ୱନାଥନ୍ ଆନନ୍ଦ ହିଁ ସେମିଫାଇନାଲ୍‌ରେ ପହଞ୍ଚିଥିଲେ । ପ୍ରଗ୍‌ନାନନ୍ଦ ଗୁରୁବାର ଅର୍ଜୁନ ଏରିଗୌସିଙ୍କୁ ୫-୪ ସଡନ୍ ଟ୍ରାଇବ୍ରେକର୍‌ରେ ହରାଇ ଏହି ଉପଲବ୍ଧି ହାସଲ କରିଛନ୍ତି ।

ଏବେ ସେମିଫାଇନାଲ୍‌ରେ ଆମେରିକାର ଫାବିୟାନୋ କାରୁଆନାଙ୍କ ସହିତ ମୁକାବିଲା କରିବେ । ଏହା ସହିତ ପ୍ରଗ୍‌ନାନନ୍ଦଙ୍କ ନିକଟରେ ଆସନ୍ତା ବର୍ଷ ହେବାକୁ ଥିବା କ୍ୟାଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ଯୋଗ୍ୟତା ଅର୍ଜନ ପାଇଁ ସୁନ୍ଦର ସୁଯୋଗ ରହିଛି । ଚେସ୍ ବିଶ୍ୱକପ୍‌ର ଶୀର୍ଷ ତିନିଟି ସ୍ଥାନରେ ଥିବା ଖେଳାଳିଙ୍କୁ କ୍ୟାଣ୍ଡିଡେଟ୍ ଟୁର୍ଣ୍ଣାମେଣ୍ଟ୍ ଖେଳିବାର ସୁଯୋଗ ମିଳିଥାଏ । ପୂର୍ବରୁ ଆନନ୍ଦ ଏହି ଟୁର୍ଣ୍ଣାମେଣ୍ଟ୍ ଖେଳିସାରିଛନ୍ତି । ଉଲ୍ଲେଖଯୋଗ୍ୟ, ପ୍ରଗ୍‌ନାନନ୍ଦଙ୍କୁ ଏବେ ମାତ୍ର ୧୮ ବର୍ଷ ଏବଂ କମ୍ ବୟସରେ ସେ ବହୁ ଉପଲବ୍ଧି ହାସଲ କରିସାରିଛନ୍ତି। ସେ ଚେସ୍ ଇତିହାସର ସବୁଠୁ କମ୍ ବୟସର ଇଣ୍ଟରନାସ୍‌ନାଲ୍ ମାଷ୍ଟର୍ । ୧୦ ବର୍ଷ ୧୦ ମାସ ବୟସରେ ସେ ଏହି କୀର୍ତ୍ତିମାନ କରିଥିଲେ। ସେ ଗ୍ରାଣ୍ଡ୍‌ମାଷ୍ଟର୍‌ର ପ୍ରଥମ ଉପାଧି ବିଶ୍ୱ ଜୁନିୟର୍ ଚେସ୍ ଚାମ୍ପିଅନ୍‌ଶିପ୍ ଅବସରରେ ହାସଲ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button