ଦେଶ

ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ଭୋପାଳ :ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଭାଜପା ବିଧାୟକ ଦଳର ବୈଠକରେ ମୋହନ ଯାଦବଙ୍କ ନାଁରେ ମୋହର ବାଜିଛି। ସେ ଶିବରାଜ ସିଂ ଚୌହାନଙ୍କ ସ୍ଥାନ ନେବେ। ଏହାସହ ରାଜ୍ୟରେ ୨ ଉପମୁଖ୍ୟମନ୍ତ୍ରୀ ଭାବେ ଜଗଦୀଶ ଦେଓଡା ଏବଂ ରାଜେନ୍ଦ୍ର ଶୁକ୍ଲା ଶପଥ ନେବେ। ନରେନ୍ଦ୍ର ସିଂ ତୋମାର ବାଚସ୍ପତି ହେବେ। ଜୁଲାଇ ୨, ୨୦୨୦ରେ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱାଧୀନ ସରକାରରେ ମୋହନ ଯାଦବ କ୍ୟାବିନେଟ ମନ୍ତ୍ରୀ (ଉଚ୍ଚଶିକ୍ଷା) ଭାବରେ ଶପଥ ଗ୍ରହଣ କରିଥିଲେ।

ମୋହନ ୨୦୧୩ରେ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ନଭେମ୍ବର ୧୭ରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏହାର ଫଳାଫଳ ନଭେମ୍ବର ୩୦ରେ ପ୍ରକାଶ ପାଇଥିଲା। ଫଳାଫଳରେ ଭାଜପା ବହୁ ସଂଖ୍ୟାରେ ଜିତିଥିଲା। ଭାଜପା ୧୬୩ଟି ଆସନ ପାଇଥିବାବେଳେ କଂଗ୍ରେସକୁ ୬୬ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button