ଦେଶ

୩ ନାବାଳିକା ଝିଅଙ୍କୁ ହତ୍ୟା କଲା ମଦ୍ୟପ ବାପା – Ibnodisha

[ad_1]

ଚଣ୍ଡିଗଡ: ୩ ନାବାଳିକା ଝିଅଙ୍କୁ ହତ୍ୟା କଲା ମଦ୍ୟପ ବାପା । ପଞ୍ଜାବ ଜଳନ୍ଧର ସହରରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତିନି ନାବାଳିକା ଗତକାଲିଠାରୁ ନିଖୋଜ ଥିଲେ । ଆଜି ପଠାନକୋଟ ହାଇୱେ ନିକଟରେ ସେମାନଙ୍କର ମୃତଦେହ ଜବତ କରିଛି ପୋଲିସ । ସମସ୍ତ ୩ ଜଣଙ୍କୁ ସେମାନଙ୍କ ବାପା ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ସ୍ପଷ୍ଟ କରିଛି । ପୋଲିସ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି । ସ୍ଥାନୀୟ ଏସଏସପି ମୁଖବିନ୍ଦର ସିଂ ଘଟଣା ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ହେଉଛି ସୁଶୀଲ ମଣ୍ଡଳ । ସୁଶୀଲ, ପତ୍ନୀ ମଞ୍ଜୁ ମଣ୍ଡଳ ଓ ନିଜର ୫ ସନ୍ତାନଙ୍କ ସହ ଜଳନ୍ଧର ସହରର ପଠାନକୋଟ ହାଇୱେ ନିକଟରେ ରହୁଥିଲା । ଅଭିଯୁକ୍ତ ସର୍ବଦା ମଦ୍ୟପାନ କରି ଘରେ ବିଶୃଙ୍ଖଳା ମଧ୍ୟ ସୃଷ୍ଟି କରୁଥିଲା । ଆର୍ôଥକ ଅଭାବ ଓ ଅଭିଯୁକ୍ତର ନିୟମିତ ନିଶାସେବନ କାରଣରୁ ଘରେ କଳହ ଲାଗି ରହୁଥିଲା ।

ଏହି କାରଣରୁ ଅଭିଯୁକ୍ତ ସୁଶୀଲ ନିଜର ଉତ୍ତେଜିତ ହୋଇ ୩ ନାବାଳିକା କନ୍ୟା ଅମୃତା କୁମାରୀ (୯), କାଞ୍ଚନ କୁମାରୀ (୭) ଓ ବାସୁ (୩)କୁ ହତ୍ୟା କରିଛି । ଗତକାଲି ଅଭିଯୁକ୍ତ ସୁଶୀଲ ସମସ୍ତ ୩ ନାବାଳିକା ଝିଅଙ୍କୁ ବିଷାକ୍ତ ଔଷଧ ଖାଇବାକୁ ଦେଇ ଏକ ଲୁହା ଟ୍ରଙ୍କରେ ବନ୍ଦ କରିଦେଇଥିଲା । ପରେ ନିଜ ପତ୍ନୀ ସହ କାମକୁ ଚାଲିଯାଇଥିଲା । ରାତିରେ ଦମ୍ପତି କାମରୁ ଫେରିଥିଲେ । ପତ୍ନୀ ମଞ୍ଜୁ ତିନି ପିଲାଙ୍କୁ ନପାଇ ଖୋଜାଖୋଜି କରିଥିଲେ । ଗତକାଲି ଠାରୁ ଖୋଜାଖୋଜି ସତ୍ତ୍ୱେ ମଧ୍ୟ ଏହି ତିନି ନାବାଳିକାଙ୍କର କୌଣସି ପତ୍ତା ମିଳିନଥିବା ବେଳେ ଆଜି ସକାଳେ ଘର ନିକଟରେ ଥିବା ଏକ ଲୁହା ଟ୍ରଙ୍କ ଭିତରେ ୩ଟି ମୃତଦେହ ଥିବା ପୋଲିସ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଥିଲା । ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି । ଅଭିଯୁକ୍ତ ବାପା ସୁଶୀଲଙ୍କୁ ମଧ୍ୟ ଗିରଫ କରି ଜେରା କରିଛି । ପ୍ରାଥମିକ ଜେରାରେ ସେ ହିଁ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡରେ ଆଉ କେହି ଅଭିଯୁକ୍ତକୁ ସହଯୋଗ କରିଛନ୍ତି କି ନାହିଁ ସେ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button