ଦେଶ

ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜେର ନାଁ ରେ ଠକେଇ ଅଭିଯୋଗ ଆଣିଲେ ମହିଳା – Ibnodisha

[ad_1]

ବ୍ୟୁରୋ :  ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜେର ନାଁ ରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଆମେରିକାରେ ରହୁଥିବା ଜଣେ ଭାରତୀୟ ମହିଳା । ମହିଳାଙ୍କ କହିବାନୁସାରେ ଆମେରିକାର ବ୍ୟାଙ୍କ ଆକାଉଣ୍ଟରୁ ସେ ୧୩.୫ କୋଟି ଟଙ୍କା ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ତାଙ୍କର ଆଶା ଥିଲା ଯେ ସେ ଆଗାମୀ ବର୍ଷ ଗୁଡ଼ିକରେ ଏହି ଫିକ୍ସଡ ଜମା ରାଶି ୧୬ କୋଟିରୁ ଅଧିକ ହୋଇ ଯାଇଥିବ। ୨୦୧୬ରେ ଶବେତା ଶର୍ମା ତାଙ୍କ ସ୍ୱାମୀଙ୍କ ସହ ଭାରତ ଫେରିଥିଲେ। ଏହାପରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଭେଟିଥିଲେ। ବ୍ୟାଙ୍କ ମ୍ୟାନେଜର ଜଣଙ୍କ ତାଙ୍କୁ ଫିକ୍ସଡ ଜମା ପାଇଁ କହିଥିଲେ। ଏଥିପାଇଁ ତାଙ୍କୁ ବାର୍ଷିକ ୫.୫%ରୁ ୬% ଯାଏ ସୁଧ ମଧ୍ୟ ମିଳିବ।ମହିଳା କହିଛନ୍ତି, “ସେ ମୋତେ ନକଲି ଷ୍ଟେଟମେଣ୍ଟସ ଦେଇଥିଲେ। ସେ ମୋ ନାଁରେ ନକଲି ଇ-ମେଲ ଆଇଡି ଖୋଲିବା ସହ ବ୍ୟାଙ୍କ ରେକର୍ଡରେ ଭୁଲ ମୋବାଇଲ ନମ୍ବର ଦେଇଥିଲେ। ତେଣୁ ମୁଁ ଟଙ୍କା ଉଠାଣର କୌଣସି ପ୍ରକାରର ନୋଟିଫିକେସନ ପାଉ ନଥିଲି।୪ ବର୍ଷ ମଧ୍ୟରେ ଅର୍ଥାତ ସେପ୍ଟେମ୍ବର ୨୦୧୯ରୁ ଡିସେମ୍ବର ୨୦୨୩ ମଧ୍ୟରେ ଆମେ ଆମ ଜୀବନର ସବୁ ଆୟ ବ୍ୟାଙ୍କରେ ଜମା କରିଥିଲୁ। ମୋଟ ୧୩.୫ କୋଟି ଟଙ୍କା ଜମା ହୋଇଥିଲା। ସୁଧ ସହ ଏହା ୧୬ କୋଟି ଟଙ୍କାରୁ ଅଧିକ ହେବା କଥା। ବ୍ୟାଙ୍କ ମ୍ୟାନେଜର ଜଣଙ୍କ ଟଙ୍କା ଉଠାଉ ଥିଲେ ମଧ୍ୟ ଆମକୁ କିଛି ଜଣା ନଥିଲା।ଚଳିତ ବର୍ଷ ଜାନୁଆରୀ ମାସରେ ସେହି ବ୍ୟାଙ୍କର ଆଉ ଜଣେ ଅଧିକାରୀ ଫିକ୍ସଡ ଜମା ପାଇଁ ମୋତେ କହିଥିଲେ। ମୋର ପୂର୍ବରୁ ଫିକ୍ସଡ ଜମା ରହିଥିବା ତାଙ୍କୁ କହିଥିଲି। ସେ ଯାଞ୍ଚ କରିବା ପରେ ମୋ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲି।”ଅନ୍ୟପକ୍ଷରେ ଆଇସିଆଇସିଆଇ ବ୍ୟାଙ୍କର ମୁଖପାତ୍ର କହିଛନ୍ତି ଯେ ଅଭିଯୁକ୍ତ ମ୍ୟାନେଜରଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ଅଭିଯୋଗର ତଦନ୍ତ କରାଯାଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button