ପ୍ରବଳ କୁହୁଡି ଯୋଗୁ ଟ୍ରେନ ଓ ବିମାନ ଚଳାଚଳ ବାଧାପ୍ରାପ୍ତ – Ibnodisha

[ad_1]
ନୂଆଦିଲ୍ଲୀ : ମଙ୍ଗଳବାର ରାତିରୁ ସକାଳ ମଧ୍ୟରେ ୫ଟି ବିମାନର ଗତିପଥ ବଦଳିଛି। ଆଉ ୫୦ଟି ବିମାନର ଯାତ୍ରା ବିଳମ୍ବ ନେଇ ସୂଚନା ଜାରି କରାଯାଇଛି। ବିଭିନ୍ନ ସ୍ଥାନରୁ ଦିଲ୍ଲୀକୁ ଆସୁଥିବା ୨୩ଟି ଟ୍ରେନ୍ ମଧ୍ୟ ବିଳମ୍ବରେ ଚାଲୁଛି। ମଙ୍ଗଳବାର ଦିନ ଦିଲ୍ଲୀରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ୨୧.୪ ଡିଗ୍ରୀ ସେଲସିୟସ ଏବଂ ୮.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା। ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆଜିଠାରୁ ଦୁଇ ଦିନ ଧରି ଜାତୀୟ ରାଜଧାନୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ଦୁଇଦିନରେ ପ୍ରବଳ ଶୀତ ଓ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏହି କୁହୁଡିର ପରିମାଣ ବଢିବା କାରଣରୁ ଅନେକ ସ୍ଥାନର ଭୟଙ୍କର ସଡକ ଦୁର୍ଘଟଣା ଘଟୁଛି। ଯାହାଫଳରେ ଅନେକ ନିରୀହ ଜୀବନ ମଧ୍ୟ ଚାଲିଯାଉଛି। ତେବେ ଆହୁରି ୨ ଦିନ ପ୍ରବଳ କୁହୁଡି ହେବାର ସମ୍ଭାବନା ଥିବାରୁ ଦିଲ୍ଲୀରେ ସୁରକ୍ଷିତ ଭାବରେ ଟ୍ରେନ ଚଳାଚଳ କରିବା ପାଇଁ କୁହାଯାଇଛି।
[ad_2]