ଅପରାଧ

ପାରିବାରିକ କଳହରୁ ତୁମୂଳକାଣ୍ଡ; ଭାଉଜକୁ ଗୁଳି କଲା ଦିଅର – Ibnodisha

[ad_1]

ବଲାଙ୍ଗୀର: ପାରିବାରିକ କଳହରୁ ତୁମୂଳକାଣ୍ଡ । ଭାଉଜକୁ ଗୁଳି କରିବା ସହ ଦିଅର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ପରିବାର । ତେବେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ଏଭଳି ଅଭାବନୀୟ ଘଟଣା ଦେଖବାକୁ ମିଳିଛି ବଲାଙ୍ଗୀର ଆଗଲପୁର ବ୍ଲକ ନୁନିଆଁ ପାଲି ଗ୍ରାମରେ । ପରିବାର ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ପରିବାରରେ କଳହ ଲାଗି ରହିଥିଲା । ତେବେ କୌଣସି କରାଣକୁ ନେଇ ଦିଅର ଓ ଭାଉଜ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ରାଗରେ ଦିଅର ନିଜ ଭାଉଜ ଉପରକୁ ଗୁଳି ଚଳାଇବା ସହ ବନ୍ଧୁକରେ ଅକ୍ରମଣ କରିଥିଲା ।

ଫଳରେ ମହିଳା ଜଣକ ଚିତ୍କାର କରିବା ସବ ବନ୍ଧୁକ ଶବ୍ଦ ଶୁଣି ମହିଳାଙ୍କ ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ । ପରେ ଗ୍ରାମବାସୀ ମହିଳାଙ୍କ ସ୍ୱାମୀକୁ ଖବର ଦେଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ଲୋଇସିଂହା ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ସ୍ୱାମୀ ପଞ୍ଚାନନ ବର୍ଗେ କହିଛନ୍ତି, “ମୁଁ କାମରେ ବାହାରକୁ ଯାଇଥିବା ବେଳେ ମୋ ସ୍ତ୍ରୀ ସନ୍ତୋଷିନୀ ବର୍ଗେଙ୍କୁ ଭାଇ ରଞ୍ଜନ ବର୍ଗେ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ ପକ୍ଷୀ ମରା ବନ୍ଧୁକରେ ରଞ୍ଜନ ମୋ ସ୍ତ୍ରୀ ଉପରକୁ ଆକ୍ରମଣ କରିଥିଲା । ସେ ଏତିକିରେ ଶାନ୍ତ ନହୋଇ ବନ୍ଧୁକରେ ତାଙ୍କୁ ପିଟିପିଟି ଲାହୁଲୁହାଣ କରିଦେଇଥିଲା । ଏହାର ଖବର ପାଇବା ପରେ ମୁଁ ଘରକୁ ଫେରି ସ୍ତ୍ରୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲି । ଏହାପରେ ତାକୁ ମେଡିକାଲ ନେବା ସହ ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button