ରାଜ୍ୟ

ସାଙ୍ଗଙ୍କ ସହ ମିଶି ପ୍ରମିକାକୁ ଦୁଷ୍କର୍ମ କଲା ପ୍ରେମିକ! – Ibnodisha

[ad_1]

ବାଲେଶ୍ୱର: ପ୍ରେମରୁ ଗଣ ଦୁଷ୍କର୍ମ ! ସାଙ୍ଗମାନଙ୍କ ସହ ମିଶି ପ୍ରେମିକ ଏମିତି କାଣ୍ଡ ଭିଆଇବା ପରେ ନାବାଳିକା ଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଅଭିଯୋଗ ଆଣିଛି ନାବାଳିକାଙ୍କ ପରିବାର ଲୋକ । ଏକ ଲଜ୍ଜା ଜନକ ଘଟଣା ଘଟିଛି ବାଲେଶ୍ୱର ସଦର ଥାନା ଅଞ୍ଚଳରେ । ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଚାନ୍ଦିପୁର ବୁଲାଇ ନେବା ବାହାନାରେ ସେଠାରେ ଥିବା ହୋଟେଲ ଗୋଲ୍େଡନ ପ୍ଲାଜାରେ ଗଣ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର । ଅଭିଯୋଗ ହେବା ପରେ ପୋଲିସ ଚାନ୍ଦିପୁରରେ ଥିବା ସମ୍ପୃକ୍ତ ହୋଟେଲ ଉପରେ ଚଢ଼ାଉ କରି ୩ ଜଣ ଯୁବକଙ୍କୁ ଗିରଫ କରିଛି । ଏହାସହିତ ସମ୍ପୃକ୍ତ ହୋଟେଲର ମ୍ୟାନେଜରଙ୍କ କାର୍ଯ୍ୟରେ ଅବହେଳା ଏବଂ ଉପଯୁକ୍ତ ତଦନ୍ତ ନକରି ନାବାଳିକାଙ୍କୁ ରୁମ ପ୍ରଦାନ କରିଥିବାରୁ ମ୍ୟାନେଜରଙ୍କୁ ଅଟକ ରଖିଛି ପୋଲିସ । ଏନେଇ ଆଜି ଏସଡିପିଓ ଶଶାଙ୍କ ଶେଖର ବେଉରିଆ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ଏସଡିପିଓ କହିଛନ୍ତି, ସମ୍ପୃକ୍ତ ନାବାଳିକାଙ୍କ ଜଣେ ପୁରୁଷ ବନ୍ଧୁ ଯିଏ କି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ।

ସେ ନାବାଳିକାଙ୍କୁ ପଞ୍ଚଲିଙ୍ଗେଶ୍ୱର ଯିବାକୁ କହିଥିଲେ । ମାତ୍ର ପଞ୍ଚଲିଙ୍ଗେଶ୍ୱର ନନେଇ ପୂର୍ବ ଯୋଜନା ମୁତାବକ ତାଙ୍କୁ ଚାନ୍ଦିପୁର ସମୁଦ୍ରକୂଳରେ ଥିବା ହୋଟେଲ ଗୋଲ୍େଡନ ପ୍ଲାଜାରେ ଏକ ରୁମ ବୁକ କରିଥିଲେ । ସେଠାରେ ପହଞ୍ଚିବାର କିଛି ସମୟ ପରେ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କ ସାଙ୍ଗମାନଙ୍କୁ ଡାକି ଦେଇଥିଲେ । ସମସ୍ତେ ମିଶି ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ଘରେ ପହଁଞ୍ଚିବା ପରେ ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ । ବିଷ ପିଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ଏହି ଘଟଣାକୁ ନେଇ ନାବାଳିକାଙ୍କ ମା ସଦର ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ କେଶ ନଂ ୨୮୩ ମୂଳେ ମାମଲା ରୁଜୁ କରି ଚାନ୍ଦିପୁରରେ ଥିବା ସମ୍ପୃକ୍ତ ହୋଟେଲ ଉପରେ ଚଢ଼ାଉ କରି ହୋଟେଲ ମ୍ୟାନେଜରଙ୍କୁ ଥାନାକୁ ଆଣିଥିଲା । ସହରର ଆଖପାଖ ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button