ନିରାଡ଼ମ୍ବର ବିଶ୍ୱକପ୍, କ୍ରିକେଟ୍ପ୍ରେମୀ ନିରାଶ – Ibnodisha

[ad_1]
ନୂଆଦିଲ୍ଲୀ: ଭାରତକୁ କ୍ରିକେଟ୍ର ମକ୍କା କୁହାଯାଏ । କ୍ରିକେଟର ମକ୍କାରେ ୧୩ତମ ଦିନିକିଆ ବିଶ୍ୱକପ୍ର ନିରୁତ୍ସାହପୂର୍ଣ୍ଣ ଉଦ୍ଘାଟନୀ ଦିବସକୁ ନେଇ କ୍ରିକେଟ୍ପ୍ରେମୀ ନିରାଶ ବ୍ୟକ୍ତ କରିଛନ୍ତି । ବିଶ୍ୱକପ୍ର ଆୟୋଜକ ହେଉଛି ବିସିସିଆଇ ପୁଣି ବିସିସିଆଇ ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ । କିନ୍ତୁ ଉଦ୍ଘାଟନୀକୁ ବୋର୍ଡ କାହିଁକି ଏଭଳି ଭାବେ ନିରସ କଲା ତାହା ବୁଝା ପଡ଼ୁ ନାହିଁ । ଆଇସିସି ପକ୍ଷରୁ ମଧ୍ୟ ଏ ବିଷୟରେ ସେମିତି ପ୍ରାକ୍ ସୂଚନା ଦିଆଯାଇ ନଥିଲା ।
ବିଶ୍ୱକପ୍ ଆରମ୍ଭ ହେବାର ୧୦୦ ଦିନ ପୂର୍ବରୁ ଟ୍ରଫି ବିଶ୍ୱ ଭ୍ରମଣ କରିଥିଲା । ସେ ଦିନ ଟ୍ରଫିକୁ ମହାକାଶକୁ ପଠାଯାଇ ଉନ୍ମୋଚନ କରାଯାଇଥିଲା । ଏକ ଷ୍ଟ୍ରାଟୋସସ୍ପେରିକ ବେଲୁନରେ ଟ୍ରଫି ମହାକାଶ ଯାଇଥିଲା । ପୃଥିବୀ ପୃଷ୍ଠରୁ ୧୨୦,୦୦୦ ଫୁଟ ଊର୍ଦ୍ଧ୍ୱ ଏବଂ ୬୫ ଡିଗ୍ରୀ ସେଲସିୟସ ଷ୍ଟ୍ରାଟୋସସ୍ପିୟରରେ ଟ୍ରଫି ଉନ୍ମୋଚିତ ହୋଇଥିଲା । ସେଠାରେ ଅତ୍ୟାଧୁନିକ ୪କେ କ୍ୟାମେରାରେ ଫଟୋ ଉତ୍ତୋଳନ କରାଯାଇଥିଲା । ଶେଷରେ ଟ୍ରଫି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅବତରଣ କରିଥିଲା । ବିଶ୍ୱ କ୍ରୀଡ଼ାରେ ପ୍ରଥମ ଥର କୌଣସି ଅଫିସିଆଲ୍ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଟ୍ରଫି ମହାକାଶ ଯାତ୍ରା କରିଥିଲା ।
ଯଦି ବିଶ୍ୱକପ୍ ପୂର୍ବରୁ ଟ୍ରଫି ଭ୍ରମଣକୁ ଏଭଳି ଆଡ଼ମ୍ବରପୂର୍ଣ୍ଣ କରାଯାଇପାରେ, ତେବେ ଉଦ୍ଘାଟନୀ ଦିବସରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମକୁ କାହିଁକି ବାଦ ଦିଆଗଲା । ଏହା ପଛରେ କାରଣ କ’ଣ? ଏକ କଥା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିବ ନିଶ୍ଚିତ । ଦୁଇ ସପ୍ତାହ ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବଲିଉଡ୍ ତାରକାଙ୍କୁ ନେଇ ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଆୟୋଜିତ ହେବ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଠିକ୍ ଦିନକ ପୂର୍ବରୁ ପୁଣି ଉଦ୍ଘାଟନୀ ଉତ୍ସବ ହେବ ନାହିଁ ବୋଲି ଜାଣିବାକୁ ମିଳିଥିଲା । ହେଲେ ଏ ବିଷୟରେ ଏକକ ଆୟୋଜକ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ କିଛି ସୂଚନା ଦିଆଯାଇ ନଥିଲା ।
ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଏବଂ ରନର୍ସଅପ୍ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ ବିଶ୍ୱର ସର୍ବବୃହତ୍ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ବୋଲି କ୍ରୀଡ଼ାସୂଚୀ ଘୋଷଣା ହେବା ପରେ କ୍ରିକେଟ୍ପ୍ରେମୀ ଉତ୍ସାହିତ ହେବା ସ୍ୱାଭାବିକ । କାରଣ ବଡ଼ ଷ୍ଟାଡିୟମରୁ ବିଶ୍ୱକପ୍ ଯେହେତୁ ଆରମ୍ଭ ହେବ, ସେମିତି ଆଡ଼ମ୍ବରପୂର୍ଣ୍ଣ ଉଦ୍ଘାଟନୀ ଉତ୍ସବର କାର୍ୟ୍ୟକ୍ରମ ନିଶ୍ଚିତ ରହିଥିବ । କିନ୍ତୁ ସେମିତି କିଛି ହେଲା ନାହିଁ । ସେମିତି ବିଶେଷ ଅତିଥିମାନେ ବି ନଥିଲେ । କେବଳ ଆଇସିସି ବିଶ୍ୱକପ୍ର ବ୍ରାଣ୍ଡ୍ ଆମ୍ବାସଡର ସଚିନ ତେନ୍ଦୁଲକର ଟ୍ରଫି ଉନ୍ମୋଚନ କରିଥିଲେ । ପୂର୍ବଦିନରେ ଅଧିନାୟକମାନଙ୍କୁ ନେଇ ବଡ଼ ଷ୍ଟାଡିୟମରେ ଫଟୋ ସୁଟ୍ ପରେ ଉଦ୍ଘାଟନୀରେ ଦୁଇ ଅଧିନାୟକ ସାଧାରଣ ମ୍ୟାଚ୍ ଭଳି ଟସ୍ ପକାଇବା ପରେ ଖେଳ ଆରମ୍ଭ ହୋଇଥିଲା ।
[ad_2]



