ଚକ୍ରେ ରାଷ୍ଟ୍ରଗାନ୍, ଜାତୀୟସ୍ତରରେ ରେକର୍ଡ କଲେ ରଜନୀକାନ୍ତ – Ibnodisha

[ad_1]
ନୂଆଦିଲ୍ଲୀ: ତେଲଙ୍ଗାନାର ଉଦେପୁ ରଜନୀକାନ୍ତଙ୍କ ପେସା ଶିକ୍ଷକତା, ନିଶା କିନ୍ତୁ ସୂକ୍ଷ୍ମ କଳା । ଶିକ୍ଷକତାରେ ସେ ପୂର୍ଣ୍ଣ ସମର୍ପିତ କିନ୍ତୁ ନିଜ କଳାତ୍ମକ ଦିଗକୁ କେବେ ଅଣଦେଖା କରିନାହାନ୍ତି । ନିଜ ସୂକ୍ଷ୍ମ କଳାକୁ ସେ କାମରେ ମଧ୍ୟ ସାମିଲ କରିଛନ୍ତି । ବିଭିନ୍ନ ଚିତାକର୍ଷକ କଳାକୃତି ଲାଗି ସେ ସର୍ବଦା ଖବରରେ ରହିଥାନ୍ତି । ତାଙ୍କ ସଦ୍ୟତମ କୃତି ହେଉଛି ଚକ୍ରେ ଶବ୍ଦ, ଗୀତ ଓ ଛବି ଖୋଦେଇ । ରାଷ୍ଟ୍ରଗାନ ‘ଜନ ଗଣ ମନ’କୁ ସେ ଖଣ୍ଡେ ଚକ୍ରେ ଖୋଦେଇ କରିଛନ୍ତି । ଗୋଟିଏ କ୍ରମରେ ସବୁ ଅକ୍ଷର ସ୍ପଷ୍ଟ ରୂପେ ପଢ଼ିବା ପାଇଁ ନିଜର ଅନନ୍ୟ ପ୍ରତିଭା ପ୍ରଦର୍ଶନ କରି ସେ ଖଣ୍ଡେ ଛୋଟ ଚକ୍ରେ ପୂରା ରାଷ୍ଟ୍ରଗାନ ଲେଖିଛନ୍ତି । ଏଥିସମେତ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍କୁ ମଧ୍ୟ ଖଣ୍ଡେ ଚକ୍ରେ ସମ୍ପୂର୍ଣ୍ଣ ଲେଖିଛନ୍ତି ।
ଏହା ପୂର୍ବରୁ ରଜନୀକାନ୍ତ ଖଣ୍ଡେ ଚକ୍ରେ ଅତି ନିଖୁଣ ଭାବେ ତେଲଙ୍ଗାନା ସହିଦମାନଙ୍କର ଏକ ସ୍ତୂପ ଖୋଦେଇ କରିଥିଲେ । ତାହା ୪ ସେମି ଲମ୍ବା ଥିଲା । ଏକ ସାବୁନରେ ସହିଦମାନଙ୍କର ୬.୫ ସେମି ଲମ୍ବା ଏକ ସ୍ତୂପ ସେ ରେଜର୍ ପିନ୍ ମାଧ୍ୟମରେ ପ୍ରସ୍ତୁତ କରିଥିଲେ । ୪.୮ ସେମି ଲମ୍ବା ଖଣ୍ଡେ ଚକ୍ରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଛବି ଆଙ୍କି ସେ ଖୁବ୍ ପ୍ରଶଂସିତ ହୋଇଥିଲେ । ଏପିଜେ ଅବଦୁଲ କଲାମ, ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍, ମନମୋହନ ସିଂହ, ଟି୨୦ ବିଶ୍ୱକପ୍, ଏଫିଲ ଟାୱାର, ସାଈ ବାବା, ଭଦ୍ରାଚଳମ୍ ମନ୍ଦିର, କରିମନଗର କ୍ଲକ୍ ଟାୱାର, ବୁଦ୍ଧ, ଚାର୍ମୀନାର୍, ତାଜମହଲ ଭଳି ସ୍ମାରକୀ ସେ ଚକ୍ରେ ଆଙ୍କିଛନ୍ତି । ଏଥିପାଇଁ ସେ ଅନେକ ରାଜ୍ୟ ଓ ଜାତୀୟ ସ୍ତରୀୟ ରେକର୍ଡରେ ସ୍ଥାନ ପାଇଛନ୍ତି ।
[ad_2]