ଅପରାଧ

ବାର ବନ୍ଦ ପରେ ଗ୍ରାହକଙ୍କୁ ଖୁସି କଣ ନଚେତଥ ଚାକିରିରୁ ବାହାର – Ibnodisha

[ad_1]

ଭୁୁବନେଶ୍ୱର: ଡ୍ୟାନ୍ସ ଫ୍ଲୋର୍‌ରେ ନାଚ । ବାର୍ ବନ୍ଦ ପରେ ଗ୍ରାହକଙ୍କୁ ଖୁସି କର । ମାଲିକଙ୍କ ଏହି ଅଘୋଷିତ ନିର୍ଦ୍ଦେଶନାମାକୁ ଅଗ୍ରାହ୍ୟ କଲେ, ଅକଥନୀୟ ନିର‌୍ୟାତନା ମିଳୁଛି । ପାରିଶ୍ରମିକ ବନ୍ଦ କରିଦେବାର ଧମକ ମିଳୁଛି । ଏପରି ନକଲେ ଚାକିରିରୁ ବିଦା କରି ଦେଉଛନ୍ତି । ରାଜଧାନୀରେ ଅନେକ ବାର୍‌ରେ ଏଭଳି ସାଂଘାତିକ କାର‌୍ୟ୍ୟ ଚାଲିଥିବା ନେଇ ବାର୍‌ଗାର୍ଲ ଅଭିଯୋଗ ଉଠାଇଛନ୍ତି । ଅଶୋକନଗର ଏକ ବାର୍‌ରେ କାର‌୍ୟ୍ୟ କରୁଥିବା ୨ ଡ୍ୟାନ୍ସର ଏନେଇ ଶୁକ୍ରବାର କ୍ୟାପିଟାଲ୍ ଥାନା ଦ୍ୱାରସ୍ଥ ହୋଇଥିଲେ । ଜଣେ ପୁରୀ ବ୍ରହ୍ମଗିରି ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣକ ପଶ୍ଚିମବଙ୍ଗର । ଉଭୟେ ଥାନାରେ ବାର୍ କର୍ତ୍ତୃପକ୍ଷଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା (୫୯୦/୨୩) ରୁଜୁ କରି ସଂପୃକ୍ତ ଡ୍ୟାନ୍ସ ବାର୍ ମ୍ୟାନେଜର ଓ ୨ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ବ୍ରହ୍ମଗିରିର ବାରଗାର୍ଲ ଅଭିଯୋଗ କରିଛନ୍ତି, ସେ ୭ ମାସ ଧରି କାମ କରୁଛନ୍ତି । ବାର୍ ମାଲିକ ତାଙ୍କୁ ଥରେ ଜଣେ ଗ୍ରାହକଙ୍କ ପାଖକୁ ପଠାଉଥିଲେ । ସେ ମନା କରିବାକୁ, ୨ଜଣ କର୍ମଚାରୀଙ୍କୁ ତାଙ୍କ ନିର୍ଧୁମ ବାଡ଼େଇଥିଲେ । ଅଖାରେ ଭର୍ତ୍ତି କରି ଗାଡି଼ ପୂରାଇ ଦୂରରେ ଫିଙ୍ଗିଦେବାକୁ ଧମକାଇଥିଲେ । ତେଣୁ ସେ ଉକ୍ତ ବାର୍‌ରେ କାମ କରିବା ଛାଡି଼ଦେଇଥିଲେ । ବଙ୍ଗୀୟ ଯୁବତୀ ଜଣକ କହିିଛନ୍ତି, ମୁଁ ୨ ବର୍ଷ ହେଲା ଉକ୍ତ ବାର୍‌ରେ କାମ କରୁଥିଲି । କିଛି ମାସ ତଳେ ବାର୍ ମାଲିକ ନୂଆ ବ୍ୟାଣ୍ଡ୍ ଆଣିଥିଲେ । ଉକ୍ତ ବ୍ୟାଣ୍ଡ୍‌ର ଲିଡର ମୋହନ ବାବୁ ଜଣେ ବାର୍ ଗାର୍ଲଙ୍କୁ ଜବରଦସ୍ତି ଜଣେ ଅଣଓଡି଼ଆ ଗ୍ରାହକଙ୍କ ସହ ବାହାରକୁ ପଠାଉଥିଲେ । ସେ ମନା କରିବାରୁ ତାଙ୍କୁ ନିର୍ଧୁମ ପିଟିଥିଲେ । ମୋର ଦରମା ବାବଦକୁ ୫୦ ହଜାର ଟଙ୍କା ବାକିରହିଛି । ସେହି ଟଙ୍କା ମାଗିବା ପାଇଁ ଯାଇଥିଲି । ଟଙ୍କା ଦେବା ପରିବର୍ତ୍ତେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା ।

୨ ବାର୍‌ଗର୍ଲ କହିଛନ୍ତି, ଚାକିରିରେ ରଖିବା ବେଳେ ମାଲିକ କହିଥିଲେ, ରାତି ୧୨ଟା ପର‌୍ୟ୍ୟନ୍ତ ଡ୍ୟାନ୍ସ କରିବ । ଅତିବେଶୀରେ ସାଢ଼େ ୧ଟା ବାଜିପାରେ । ହେଲେ ସବୁ ବାର୍‌ଗାର୍ଲଙ୍କୁ ଭୋର୍ ୫ଟା ପର‌୍ୟ୍ୟନ୍ତ ଡ୍ୟାନ୍ସ ଫ୍ଲୋର୍‌ରେ ନାଚିବାକୁ ବାଧ୍ୟ କରୁଥିଲେ । ମାତାଲ୍ ଗ୍ରାହକମାନେ ରାତି ସାରା ବସି ରହୁଥିବାରୁ ବାର୍‌ଗାର୍ଲଙ୍କୁ ନିସ୍ତାର ମିଳୁନଥିଲା । କ୍ୟାପିଟାଲ୍ ଥାନା ପୁଲିସ ଅଭିଯୋଗକ୍ରମେ ତଦନ୍ତ ଚଳାଇଛି । ବାର୍ କର୍ତ୍ତୃପକ୍ଷଙ୍କୁ ଜେରା କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରୁଛି । ଦୋଷ ବାହାରିଲେ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button