ଖେଳ
ପୁରୁଷ କବାଡିରେ ଭାରତକୁ ସ୍ୱର୍ଣ୍ଣ – Ibnodisha

[ad_1]
ନୂଆଦିଲ୍ଲୀ:ହାଇଡ୍ରାମା ଓ ଦୀର୍ଘ ସମୟର ବିଚାରବିମର୍ଶ ପରେ ଏସିଆ ଗେମ୍ସ କବାଡିରେ ଭାରତକୁ ମିଳିଛି ସ୍ୱର୍ଣ୍ଣ। ଭାରତ ଆଜି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଇରାନକୁ ୩୩-୨୯ରେ ହରାଇ ସ୍ୱର୍ଣ୍ଣ ପଦକ କବଜା କରିଛି । ଇରାନ ଫାଇନାଲରେ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ମଧ୍ୟ ଶେଷରେ ମେନ ବ୍ଲ୍ୟୁ ବାଜିମାରି ନେଇଛି। ଏଥିସହ ୨୦୧୮ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ଇରାନ ଠାରୁ ନେଇଛି। ପୁରୁଷ ଟିମ ପୂର୍ବରୁ ଭାରତୀୟ ମହିଳା ଟିମ ମଧ୍ୟ କବାଡିରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଦଳ ଚାଇନିଜ ତାଇପେଇକୁ ସଂଘର୍ଷପୂର୍ଣ୍ଣ ୨୬-୨୫ରେ ହରାଇ ପଦକ ଜିତିଥିଲା।
[ad_2]