ରାଜ୍ୟ

ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ – Ibnodisha

[ad_1]

ଭୁବନେଶ୍ୱର:ରାଜ୍ୟରେ ଆଜି ଗଡ଼ିଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀ-ରାଉରକେଲା ରୁ ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିସି ଯୋଗେ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଏକାସଙ୍ଗେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଛି। ଏହି ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ୧୧ଟି ରାଜ୍ୟ ଦେଇ ଯା’ଆସ କରିବ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ବନ୍ଦେ ଭାରତ ପ୍ରତି ଲୋକଙ୍କ କ୍ରେଜ୍ ବଢୁଛି। ଏଯାବତ୍ ବନ୍ଦେ ଭାରତ ଏକ୍ସପ୍ରେସରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କଲେଣି। ବନ୍ଦେ ଭାରତ ଟ୍ରେନ୍ ନୂଆ ଉତ୍ସାହର ପ୍ରତୀକ।
ବନ୍ଦେ ଭାରତ ପହଞ୍ଚୁଥିବା ସ୍ଥାନରେ ପର‌୍ୟ୍ୟଟକଙ୍କ ସଂଖ୍ୟା ବଢୁଛି।  ସଂଖ୍ୟା ବଢୁଥିବାରୁ ରୋଜଗାର ମଧ୍ୟ ବଢୁଛି। ରେଲୱେ ଗରିବ ଓ ମଧ୍ୟବିତ୍ତଙ୍କ ଭରସାଯୋଗ୍ୟ ସହଯାତ୍ରୀ। ପୂର୍ବ ସରକାର ଏହାକୁ ଧ୍ୟାନ ଦେଇ ନଥିଲେ। ଆମେ କାୟା ବଦଳାଇଲୁ। ଚଳିତ ବର୍ଷ ରେଲୱେ ବଜେଟ୍ ଆଠ ଗୁଣା ବୃଦ୍ଧି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ତେବେ ଶନିବାରକୁ ଛାଡ଼ି ସବୁଦିନେ ଗଡ଼ିବ ଏହି ଏକ୍ସପ୍ରେସ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button