ଅପରାଧ

ପରକୀୟ ପ୍ରୀତି: ହୋଟେଲ୍‌ ମାଲିକ ଓ ତାଙ୍କ ପ୍ରେମିକାଙ୍କୁ ହତ୍ୟା କଲେ ଦମ୍ପତି – Ibnodisha

[ad_1]

ଇନ୍ଦୋର: ଜୋରଜବର୍ଦସ୍ତି ପରକୀୟ ପ୍ରୀତି ଘଟଣାରୁ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳା ଓ ତାଙ୍କ ସ୍ବାମୀ ଜଣେ ହୋଟେଲ୍‌ ମାଲିକ ଓ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଥିବା କଥା ରବିବାର ଦିନ ପୁଲିସ କହିଛି। ଶନିବାର ଦିନ ଏରୋଡ୍ରମ୍‌ ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଦମ୍ପତି ୩୨ ବର୍ଷୀୟ ମମତା ଓ ୩୫ ବର୍ଷିୟ ନୀତିନ ପୱାର୍‌ଙ୍କୁ ରବିବାର ଦିନ ଗିରଫ କରାଯାଇଥିବା କଥା ଅତିରିକ୍ତ ଡେପୁଟି ପୁଲିସ କମିସନର୍‌ ଆଲୋକ ଶର୍ମା କହିଛନ୍ତି। ସେ କହିଛନ୍ତି, ୪୨ ବର୍ଷିୟ ହୋଟେଲ୍‌ ମାଲିକ ରବି ଠାକୁର ଓ ତାଙ୍କ ୩୮ ବର୍ଷୀୟ ପ୍ରେମିକା ସରିତାଙ୍କୁ ତୀକ୍ଷ୍ଣ ବା ଧାରୁଆ ଅସ୍ତ୍ରରେ ତାଙ୍କ (ସରିତା) ଘରେ ହତ୍ୟା କରାଯାଇଥିଲା।

ବିବସ୍ତ୍ର ଅବସ୍ଥାରେ ସେମାନଙ୍କ ଶବ ଉଦ୍ଧାର କରାଯାଇଛି। ସରିତା ହୋଟେଲ୍‌ ମାଲିକଙ୍କ ସହିତ ମମତାଙ୍କର ପରିଚୟ କରାଇ ଦେଇଥିଲେ। କ୍ରମେ ହୋଟେଲ୍‌ ମାଲିକ ରବି ଓ ମମତାଙ୍କ ମଧ୍ୟରେ ପରିଚୟ ନିବିଡ଼ ହେଲା ଓ ଦୁହେଁ ଅନୈତିକ ସମ୍ପର୍କରେ ଲିପ୍ତ ରହିଲେ ବୋଲି କମିସନର୍‌ ଶର୍ମା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସ୍ବାମୀ ନୀତିନ ଏ ବିଷୟରେ ଆଭାସ ପାଇବା ପରେ ମମତା ଓ ତାଙ୍କ ମଧ୍ୟରେ କଳହ ହେଲା।

କୁହାଯାଉଛି, ଆପତ୍ତିଜନକ ଭିଡିଓ ଦେଖାଇ ଠାକୁର ଅନୈତିକ ଶାରୀରିକ ସମ୍ପର୍କ ଚାଲୁ ରଖିବାକୁ ମମତାଙ୍କୁ ବାଧ୍ୟ କରୁଥିଲେ। ହତ୍ୟା ଘଟଣା ଦିନ ମମତା ଫୋନ୍‌ କରି ଠାକୁରଙ୍କୁ ସରିତାଙ୍କ ଘରକୁ ଡକାଇଥିଲେ। ସେଠାରେ ସ୍ବାମୀ ନୀତିନ ଓ ମମତା ମିଶି ପ୍ରଥମେ ସରିତାଙ୍କୁ ହତ୍ୟା କରିଥିଲେ। ପରେ ହୋଟେଲ୍‌ ମାଲିକ ଠାକୁର ସେଠାରେ ପହଞ୍ଚିବାକ୍ଷଣି ତାଙ୍କୁ ବି ହତ୍ୟା କଲେ। ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଓ ଛୁରି ଉଦ୍ଧାର କରାଯାଇ ଘଟଣାର ସବିଶେଷ ତଦନ୍ତ ଚାଲିଥିବା କଥା କମିସନର୍‌ ଆଲୋକ ଶର୍ମା କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button